ଘୁନସର: ଅନ୍ଧାରର ସୁଯୋଗ ନେଇ ଏକ ଅଜଣା ଜନ୍ତୁ କାମୁଡ଼ାରେ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍ କଅଁସର ଗାଁର ୮ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ବୁଧବାର ଭୋର୍ରୁ ରାତି ୮ଟା ସୁଦ୍ଧା ଏହି ଗାଁର ନବୀନ ହରପାଲ (୫୨), ନରେନ୍ଦ୍ର ବାଗ (୧୮), ସୁରେନ୍ଦ୍ର ଭୋଇ (୧୭), କଳା କହଁର (୪୫), କାହ୍ନା ସାହୁ (୫), ଉମେଶ ହରପାଲି (୧୬), କୈଳାସ ସାହୁ (୮), ଉପାଲ ଭୋଇ (୨୦) ଗୁରୁତର ହୋଇଛନ୍ତି। କିଛି ଆହତଙ୍କୁ ବଲାଙ୍ଗୀର ଓ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏନେଇ ବେଲଗାଁ ଫରେଷ୍ଟରଙ୍କୁ ପଚାରିବାରୁ ଅଭିଯୋଗ ହେଲେ ତଦନ୍ତ କରାଯିବ ବୋଲି କହିଥିଲେ। ଆହତମାନେ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
ଅଜଣା ଜନ୍ତୁ କାମୁଡ଼ାରେ ୮ ଆହତ
/sambad/media/post_attachments/wp-content/uploads/2017/11/dog-bite.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)