ଏମସିଏଚରେ ପ୍ରସୂତି, ଆପାତକାଳୀନ ଚିକିତ୍ସା ଚ୍ୟାଲେଞ୍ଜ:ଅଧିକ ଡାକ୍ତରକୁ ନା, ଅସ୍ତ୍ରୋପଚାରରେ ଉଧାରି ନିଶ୍ଚେତକ

ସମ୍ବଲପୁର: ଉଦଘାଟନର ଦୁଇ ବର୍ଷ ପରେ ଏମସିଏଚ ଭବ୍ୟ କୋଠାକୁ ଆସିଲା ସ୍ତ୍ରୀ ରୋଗ ବିଭାଗ। ଏଠାରେ ଆପାତକାଳୀନ ଚିକିତ୍ସା ସୁବିଧା ନଥିବାରୁ ରୋଗୀଙ୍କ ପାଇଁ ସମସ୍ୟା ହେଉଥିବା କହିଛନ୍ତି ଜଣେ ଆଶା କର୍ମୀ। ଏଥିସହିତ ନୂଆ କୋଠା ପାଇଁ ସ୍ୱତନ୍ତ୍ର ଡାକ୍ତର, ନର୍ସ ଏବଂ ଆଟେନଡାଣ୍ଟ ନିଯୁକ୍ତିର ଆଶା ମଧ୍ୟ ମଉଳି ଯାଇଛି। ଆଜିବି ଉଧାରି ନିଶ୍ଚେତକ ଡାକ୍ତର ଅସ୍ତ୍ରୋପଚାର କାର୍ଯ୍ୟ ତୁଲାଉଛନ୍ତି। ନୂଆ ଉପକରଣ ଏବଂ ଶଯ୍ୟା ବ୍ୟବସ୍ଥା ପରେ ଏହି ସ୍ଥାନାନ୍ତରଣ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ୨୦୧୬ ମସିହାରେ ସଦର ଡାକ୍ତରଖାନାରେ ଏମସିଏଚ କୋଠା ଉଦଘାଟନ ପରେ ଏଠାରେ କେବଳ ଶିଶୁ ଓ୍ଵାର୍ଡ ରହିଥିଲା। ସ୍ତ୍ରୀ ରୋଗ ବିଭାଗ ସ୍ଥାନାନ୍ତରଣ ପରେ ପ୍ରସବ ପାଇଁ ଭଲ ଭିତ୍ତିଭୂମି ମିଳୁଛି ବୋଲି କହିଛନ୍ତି ହସପିଟାଲ ମ୍ୟାନେଜର ଡ.ସୁଦୀପ ଦତ୍ତ।
ସଦର ଡାକ୍ତରଖାନାର ବିପର୍ଯ୍ୟୟ ସ୍ଥିତି ନୁହେଁ ଚକାଚକ ମାର୍ବଲ ଏମସିଏଚ କୋଠାରେ ଚାଲିଛି ସଦର ଡାକ୍ତରଖାନାର ମା ଏବଂ ଶିଶୁ ଚିକିତ୍ସା। ପହଞ୍ଚି ଗଲେ ବଡ଼ ଘରୋଇ ଚିକିତ୍ସାଳୟର ଭ୍ରମ ସୃଷ୍ଟି ହେବ। ଏଠାରେ ସବୁ ଭଲ କିନ୍ତୁ ଗୁରୁତର ସ୍ଥିତି ଥିବା ଗର୍ଭବତୀ ମହିଳାଙ୍କୁ ଧରି କୌଣସି ଆଶା କର୍ମୀ ପହଞ୍ଚିଲେ ସମସ୍ୟା ସୃଷ୍ଟି ହେଉଛି। ଆପାତକାଳୀନ ବିଭାଗକୁ ଗଲେ, ଏମସିଏଚକୁ ଯାଇ ପ୍ରଥମେ ପଂଜୀକରଣ କରିବା ପାଇଁ କୁହାଯାଉଛି।

ଏମସିଏଚକୁ ପ୍ରଥମେ ଗଲେ ସେଠାରେ ଆପାତକାଳୀନ ଚିକିତ୍ସାର ସୁବିଧା ନାହିଁ। ଏଭଳି ସ୍ଥିତିରେ ରୋଗୀଙ୍କ ଅବସ୍ଥା ଆହୁରି ଗୁରୁତର ହେଉଛି। ମା-ଶିଶୁ ପ୍ରଯତ୍ନ କୋଠାରେ ସମୁଦାୟ ୮୦ ଶଯ୍ୟା ରହିଛି। ଏଥିମଧ୍ୟରୁ ୨ଟି ଓ୍ଵାର୍ଡ ବୃଦ୍ଧି କରାଯାଇ ୪ଟି ଓ୍ଵାର୍ଡରେ ୫୦ ଶଯ୍ୟା ସ୍ତ୍ରୀ ରୋଗ ଏବଂ ୩୦ ଶଯ୍ୟା ଶିଶୁଙ୍କ ପାଇଁ ରହିଛି। ଏହା ସତ୍ତ୍ୱେ ମଧ୍ୟ ୧୦-୧୫ ସ୍ତ୍ରୀ ରୋଗୀ ଶଯ୍ୟା ଅଭାବରୁ ବିଭିନ୍ନ ସମୟରେ ତଳେ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି। ସ୍ତ୍ରୀ ରୋଗ ବିଭାଗରେ ୨ ଜଣ ଡା. ବିବି ମିଶ୍ର ଏବଂ ଡା. ବ୍ୟାସଦେବ ହୋତା ଏବଂ ଶିଶୁ ବିଭାଗରେ ଡ.ବିଜୟ ପଣ୍ଡା ଏବଂ ଡେପୁଟେସନରୁ ଡା.ବିଶ୍ୱଜିତ ପଣ୍ଡାଙ୍କୁ ଚିକିତ୍ସା ଦାୟିତ୍ୱ ଦିଆଯାଇଛି। ନିଶ୍ଚେତକ ପଦ ଡାକ୍ତର ଶୂନ୍ୟ ହୋଇଥିବାରୁ ବାହାରୁ ଡାକ୍ତର ଅଣାଯାଇ କାର୍ଯ୍ୟ ଚଳାଯାଉଛି।

ଆବଶ୍ୟକ ନର୍ସ ଅଭାବ ଥିବାବେଳେ ୩ ସଫେଇ କର୍ମଚାରୀ ଏବଂ ଆଟେନଡାଣ୍ଟ କାର୍ଯ୍ୟ ଚଳାଉଛନ୍ତି। ଏମସିଏଚ ସଦର ଡାକ୍ତରଖାନାର ଏକ ଅଂଶ ହୋଇଥିବାରୁ ନୂଆ ନିଯୁକ୍ତି ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବରୁ ସ୍ତ୍ରୀ ରୋଗ ପାଇଁ ସ୍ୱତନ୍ତ୍ର ଓଟି ନଥିବାବେଳେ ଏଠାରେ ଏହି ସୁବିଧା ରହିଛି। ଏମସିଏଚରେ କ୍ୟାବିନ ଖୋଲା ଯାଇଥିଲେ ମଧ୍ୟ ଏହା ରୋଗୀଙ୍କ କାମରେ ଆସୁ ନାହିଁ। ବରଂ କିଛି କ୍ୟାବିନ ଡାକ୍ତରମାନେ ବ୍ୟବହାର କରୁଛନ୍ତି। ଏମସିଏଚର ଏହି ନୂଆ କୋଠା ଅନେକ ସୁବିଧା ହୋଇଛି କିନ୍ତୁ କିଛି ସମସ୍ୟା ରହିଛି। ଡାକ୍ତର ଏବଂ ନର୍ସ ନିଯୁକ୍ତି ମୂଳ ସମସ୍ୟାକୁ ସମାଧାନ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର