ଜାଲିଆତି କରି ଜମି ହଡ଼ପ

ସମ୍ବଲପୁର: ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ ପିଛିଲା ଭାବରେ ନକଲି ମ୍ୟୁଟେସନ କେସ୍‌ ରେକର୍ଡ ପ୍ରସ୍ତୁତ କରୁଥିବା ଏକ ରାକେଟ୍‌ ସକ୍ରିୟ ରହିଥିବା ଅଭିଯୋଗ ହୋଇଛି। ମ୍ୟୁଟେସନ ରେକର୍ଡ ଜାଲିଆତି କରି ନାଏକପାଲି, ଟିଠିପାଲି, କୃଷ୍ଣପାଲି, ଷଣ୍ଢା,ଖୁଣ୍ଟଲାପାଲି ଆଦି ମୌଜାର ବହୁ ଲୋକଙ୍କ ଜମି ହଡ଼ପ କରି ନିଆଯାଇଛି। ଘଟଣା ସଂକ୍ରାନ୍ତରେ ତଥ୍ୟ ପ୍ରମାଣ ସହିତ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେହେଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ଉତ୍ତରାଂଚଳ ଆର୍‌ଡିସିଙ୍କଠାରେ ଲିଖିତ ଅଭିଯୋଗ କରାଯାଇଛି। କୃଷ୍ଣଚନ୍ଦ୍ର ପଧାନ, ସୁବାସ ଚନ୍ଦ୍ର ପଧାନ, ଲକ୍ଷିନ୍ଦ୍ର ପଧାନ, ମଧୁସୁଦନ ସାହୁ, ଦାମୋଦର ପଧାନ, ଶରତ ପଧାନ, କିଶୋର ମୋହନ ପଣ୍ଡା, ତପେଶ୍ୱରୀ ତ୍ରିପାଠୀ, ସୁରେନ୍ଦ୍ର ତ୍ରିପାଠୀ, ସତ୍ୟଭାମା ପଣ୍ଡା, ମମତାମୟୀ ମହାପାତ୍ର, ଆନନ୍ଦ କୁମାର ପରମଗୁରୁ, ତପସ୍ୱିନୀ ପରମଗୁରୁ ପ୍ରମୁଖ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଆର୍‌ଡିସିଙ୍କୁ ଦାବିପତ୍ର ଦେଇଛନ୍ତି।

ସମ୍ବନ୍ଧିତ ଖବର