ସମ୍ବଲପୁର: ଦନ୍ତାହାତୀର ମୃତଦେହ ଓ ଚିତାବାଘ ଛାଲ ଜବତ, ୨ ଶିକାରୀ ଗିରଫ

ସମ୍ବଲପୁର: ଜମନକିରା ଜଙ୍ଗଲରୁ ବୁଧବାର ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ସେହିଭଳି କିଷିଣ୍ଡା ଥାନା ପୁଲିସ ଚିତାବାଘ ଛାଲ ଜବତ କରିବା ସହିତ ୨ ଜଣ ଶିକାରୀଙ୍କୁ ଗିରଫ କରିଛି। ବଡ଼ରମା ଅଭୟାରଣ୍ୟରେ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଅପରାହ୍ନରେ ଘଟଣାସ୍ଥଳରେ ପହଞ୍ଚି ଦନ୍ତାହାତୀର ମୃତଦେହ ଉଦ୍ଧାର କରିଛି। ଦନ୍ତାହାତୀର କେମିତି ମୃତ୍ୟୁ ହୋଇଛି ଅଥବା ତାହାକୁ କିଏ ମାରିଛି, ସେ ନେଇ ବନ ବିଭାଗର କର୍ମଚାରୀମାନେ ଘଟଣାର ତଦନ୍ତ କରୁଛନ୍ତି।

ସେହିଭଳି ରେଢ଼ାଖୋଲ ସବ୍‌ଡିଭିଜନ ଅଞ୍ଚଳର କାଞ୍ଚନପୁର ଗାଁରେ ବାଘଛାଲ ଥିବା ସୂଚନା ପାଇଁ ପୁଲିସ ଅଚାନକ ଚଢ଼ାଉ କରିଥିଲା। ବାଘଛାଲ ଜବତ କରିବା ସହିତ ପୁଲିସ କାଞ୍ଚନପୁର ଗାଁର ଅକେଇ ସାହୁ ଓ ସମ୍ବଲପୁର ସହରର କୁମ୍ଭାରପଡ଼ା ନିବାସୀ ବିଶାଳ ଶାହାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 

ସମ୍ବନ୍ଧିତ ଖବର