ନାବାଳିକା ଅପହରଣ ମାମଲା ରୁଜ୍ଜୁ

ସମ୍ବଲପୁର: ନାବାଳିକା ଅପହରଣ ନେଇ କ୍ଷେତରାଜପୁର ଥାନାରେ ମାମଲା ରୁଜ୍ଜୁ ହୋଇଛି। ଅଭିଯୋଗ ଅନୁଯାୟୀ, ୧୪ ତାରିଖରେ ଜଣେ ନାବାଳିକାଙ୍କୁ ତାଙ୍କର ବନ୍ଧୁ ଫୁଡ ପ୍ଲାଜାରେ ଚାକିରି କରାଇବା ପାଇଁ ନେଇ ଯାଇଥିଲେ। ଝିଅଟି ଅଟୋରିକ୍ସାରେ ବସୁଥିବାବେଳେ କେହି ତାଙ୍କୁ କିଛି ଶୁଂଘାଇ ଦେଇଥିବା ଅନୁଭବ କରିଥିଲେ। କିଛି ଘଣ୍ଟା ପରେ ଏକ ପରିତ୍ୟକ୍ତ ଗୃହରେ ନିଜକୁ ପାଇଥିଲେ। ସେଠାରୁ କୌଣସି ପ୍ରକାର କ୍ଷେତରାଜପୁର ରେଳ ଷ୍ଟେସନ ନିକଟରେ ପହଞ୍ଚିଥିଲେ। ଏହାପରେ ମାମୁଁଙ୍କ ସହ ଯୋଗାଯୋଗ କରି ଘରେ ପହଞ୍ଚିଥିଲେ। ଏ ନେଇ ପୁଲିସ ତଦନ୍ତ କରୁଥିବା କ୍ଷେତରାଜପୁର ଥାନା ଅଧିକାରୀ ଯୋଗେଶ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର