ନାବାଳିକାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ସମ୍ବଲପୁର: ଗୁରୁବାର ଦଲେଇପଡ଼ା ଅଂଚଳର ଜଣେ ନାବାଳିକା ଅସଦାଚରଣର ଶିକାର ହୋଇଥିଲେ। ଟାଉନ ଥାନା ପୁଲିସ୍‌ ଏହି ମାମଲାରେ ଅଭିଯୁକ୍ତ ରାଜକିଶୋର ବେରିହାକୁ ଗିରଫ କରିଛି। ପୁଲିସ୍‌ ରାଜକିଶୋରକୁ କୋର୍ଟ ଚାଲାଣ କରିଥିଲା। କୋର୍ଟରୁ ଜାମିନ ନମିଳିବାରୁ ତାକୁ ଜେଲ୍‌ ହାଜତକୁ ପଠେଇ ଦିଆଯାଇଥିବା ଜଣାପଡ଼ିଛି। ବୁଧବାର ଜଣେ ୧୭ ବର୍ଷିୟା ବାଳିକା ଘର ପାଖ ଏକ ଗଳିରେ ଥିବା ଷ୍ଟାଣ୍ଡ ପୋଷ୍ଟକୁ ପାଣି ଆଣିବାକୁ ଯାଇଥିଲେ। ସେ ଏକାକୀ ଥିବାର ସୁଯୋଗ ନେଇ ରାଜକିଶୋର ତାଙ୍କୁ ଅସଦାଚରଣ କରିଥିଲା। ଖବର ପାଇ ଟାଉନ ଥାନା ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଂଚି ଥିଲା।

ସମ୍ବନ୍ଧିତ ଖବର