ଗାଁ ଦାଣ୍ଡରେ ହତ୍ୟାକାଣ୍ଡ, ପଥରରେ ଛେଚି ଜଣଙ୍କୁ ହତ୍ୟା

ସମ୍ୱଲପୁର: ଗାଁ ଦାଣ୍ଡରେ ଵିଭଶ୍ଚ ହତ୍ୟାକାଣ୍ଡ | ସମ୍ୱଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ନୂଆଅଧାପଡା ଗ୍ରାମରେ ହତ୍ୟାକାନାଡା ଘଟିଛି | ମିଳିଥିବା ସୂଚନା ମୁତାବକ ରସାନନ୍ଦ ବୀରଗଣ୍ଠିଆ(୪୨)ଙ୍କୁ କେହି ଜଣେ ବିଳମ୍ବିତ ରାତିରେ ହତ୍ୟା କରିଥିଲେ | ଆଜି ସକାଳେ ଗ୍ରାମବାସୀ ରସାନନ୍ଦଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ | ଏହା ପରେ ଯୁଯୁମରା ଆଇଆଇସି ତାରାବତୀ ପ୍ରଧାନ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି |

ରସାନନ୍ଦଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବାବେଳେ ମୃତଦେହ ପାଖରୁ ଦୁଇଟି ରକ୍ତ ଭିଜା ପଥର ଜବତ କରାଯାଇଛି | ତେବେ ରସାନନ୍ଦଙ୍କ ମୃତଦେହ ସେହି ଗାଁରେ ରହୁଥିବା ତାଙ୍କ ବଡ ଭାଇ ତଥା ଗ୍ରାମରକ୍ଷୀ ଘାସିରାମ ବୀରଗଣ୍ଠିଆଙ୍କ ଘର ସାମ୍ନାରେ ପଡିଛି | ସେହିପରି ବଡ ଭାଇ ଓ ଭାଉଜ ଘଟଣାସ୍ଥଳରେ ଉପସ୍ଥିତ ନଥିବାରୁ ପୁଲିସର ସନ୍ଦେହ ବଢିଛି |

ଘଟଣାସ୍ଥଳରୁ ଭଙ୍ଗା ଚୁଡ଼ି ସହ ଏକ ମୋବାଇଲ ମଧ୍ୟ ଜବତ କରାଯାଇଛି | ରସାନନ୍ଦ ବୀରଗଣ୍ଠିଆଙ୍କ ପତ୍ନୀ ଓ ତିନିବର୍ଷର ଝିଅ ନିଜ ବାପଘରକୁ ଯାଇଥିବାବେଳେ ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଯାଇଛି | ତେବେ ପୁର୍ବଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବାର ସନ୍ଦେହ କରାଯାଉଛି |

ସମ୍ବନ୍ଧିତ ଖବର