ସମ୍ବଲପୁର : ଅଇଁଠାପାଲି ଦୁର୍ଗାମେଢ ଭଷାଣି ବେଳେ ରକ୍ତାକ୍ତ ସଂଘର୍ଷ, ଯୁବକ ଗୁରୁତର

ସମ୍ବଲପୁର : ସମ୍ବଲପୁରରେ ଆଜି ଦଶହରା ମେଢ ଭଷାଣି ଚାଲିଥିବାବେଳେ ଏକ ରକ୍ତାକ୍ତ ସଂଘର୍ଷ ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଅଁଇଠାପାଲି ଦୁର୍ଗାମେଢ ଭଷାଣି ବେଳେ କୌଣସି କାରଣରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଫଳରେ ବିଶାଳ ଖଡ଼ିଆ ନାମକ ୧୮ ବର୍ଷର ଯୁବକ ଗୁରୁତର ଆହତ ହୋଇ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି ହୋଇଛି । ତାର ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉକ୍ତ ଯୁବକ ସମ୍ବଲପୁରର ହୋଣ୍ଡା ଶୋରୁମରେ କାମ କରୁଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର