ସାପ କାମୁଡାରେ ଜଣେ ମୃତ

ବୁର୍ଲା: ବିଷାକ୍ତ ସାପ କାମୁଡିବାରୁ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ମେନାପଡ଼ା ଗାଁର ଦଶରଥ ଗୁରୁ (୫୦)ଙ୍କ ମୃତ୍ୟୁ ହୋଇଛି। ଗ୍ରୀଷ୍ମ ତାତି ଯୋଗୁଁ ଗୁରୁବାର ରାତି ସେ ଘର ବାହାରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଚିକିତ୍ସା ପାଇଁ ବୁର୍ଲା ମେଡିକାଲ ଆଣୁଥିବା ବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଭିମସାର ଆଶୁ ଚିକିତ୍ସା ବିଭାଗରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର