ବ୍ୟବସାୟୀଙ୍କୁ ରିଂରୋଡ଼ରୁ ଉଦ୍ଧାର କଲା ପୁଲିସ

ସମ୍ବଲପୁର: ବୁଧବାର ରାତି ୧୧ଟା୧୫ରେ ଗୁରୁତର ଅବସ୍ଥାରେ ରିଂରୋଡ଼ର ଦଲେଇପଡ଼ା ନିକଟରୁ ଅଳଙ୍କାର ବ୍ୟବସାୟୀ ଉମାକାନ୍ତ ସୋନିଙ୍କୁ କ୍ଷେତରାଜପୁର ଥାନା ପୁଲିସ ଗୁରୁତର ଅବସ୍ଥାରେ ରିଂରୋଡ଼ରୁ ଉଦ୍ଧାର କରିଛି। ଲକ୍ଷ୍ମୀ ନାରାୟଣ ଜ୍ୱେଲର୍ସର ମାଲିକ ଉମାକାନ୍ତ ସାନ୍ଧ୍ୟ ଭ୍ରମଣରେ ଯାଇଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ୨୫/୩୦ ଜଣ ଲୋକ ତାଙ୍କ ଚାରିପାଖରେ ଘେରି ଯାଇ ଦେଖୁଥିଲେହେଁ କେହି ଡାକ୍ତରଖାନାକୁ ନେଇନଥିଲେ। ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କ୍ଷେତରାଜପୁର ଥାନା ଅଧିକାରୀ ଯୋଗେଶ ପଣ୍ଡାଙ୍କ ନଜରରେ ଏହା ପଡ଼ିଥିଲା। ସେ ତୁରନ୍ତ ନିଜ ଥାନାର ପିସିଆର୍‌ ଗାଡ଼ିକୁ ଡକାଇ ଥିଲେ। ଉମାକାନ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳ ଟାଉନ ଥାନା ଅଧୀନରେ ଆସୁଥିବାରୁ ସେ ଏହା ପରେ ଟାଉନ ଥାନା ପୁଲିସ୍‌କୁ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର