ଦୁଷ୍କର୍ମ ଅଭିଯୁକ୍ତ ଖଲାସ

ସମ୍ବଲପୁର: କୁସୁମି ଫାଣ୍ଡି ଅନ୍ତର୍ଗତ ରଂଗିଆଟ୍ରିକା କେନାଲ ପାଖରେ ସାଇକେଲରେ ଯାଉଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଗତ ୧୪ ଫେବ୍ରୁଆରି ୨୦୧୪ରେ ହୋଇଥିବା ଏହି ମାମଲାରେ ରଜନୀକାନ୍ତ ବାରିକଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ବିଚାର ବେଳେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ୟୁ.ବି.ଜେନା ପ୍ରମାଣ ଅଭାବରୁ ଅଭିଯୁକ୍ତ ରଜନୀକାନ୍ତ ବାରିକଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ପ୍ରଦ୍ୟୋତ ଶର୍ମା ମାମଲା ପରିଚାଳନା କରୁଥିବା ବେଳେ କରଣ ଜେଠୀ ତାଙ୍କୁ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର