କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସମ୍ପର୍କୀୟ ଭାଇ, ସକାଳେ ମୁଣ୍ଡ-ଗଣ୍ଡି କରିଦେଇଥିଲା ଅଲଗା

ସମ୍ବଲପୁର: ମଙ୍ଗଳବାର ସକାଳେ ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ତିଳେଇମାଳରେ ହୋଇଥିବା ହତ୍ୟାକାଣ୍ଡରେ ଅଭିଯୁକ୍ତ ଆତ୍ମସମର୍ପଣ କରିଛି | କଟାମୁଣ୍ଡ ଧରି ଅଭିଯୁକ୍ତ ଉଜ୍ଜ୍ୱଳା ମୁଣ୍ଡା ଅଇଁଠାପାଲି ଥାନାରେ ଆତ୍ମସମର୍ପଣ କରିଛି | ଜମିଜମା ବିବାଦକୁ ନେଇ ଉଜ୍ଜ୍ୱଳା ହତ୍ୟା କରିଥିବାର ସ୍ୱୀକାର କରିଛି |

ଉଜ୍ଜ୍ଵଳା ମୁଣ୍ଡା ମୃତକଙ୍କର ସମ୍ପର୍କୀୟ ବଡ ଭାଇ ହୋଇଥିବାବେଳେ ବହୁଦିନ ଧରି ବିବାଦ ରହିଥିଲା | ରାତିରେ ବାରଣ୍ଡାରେ ଏକୁଟିଆ ଶୋଇଥିବା ଦେଖି ଟାଙ୍ଗିଆରେ ସେ ହତ୍ୟା କରିଥିଲା | ଏହାପରେ କଟାମୁଣ୍ଡକୁ ଧରି ପଳାଇଯାଇଥିଲା | ତେବେ ପୋଲିସ ଆଜି ସକାଳେ କଟାମୁଣ୍ଡକୁ ଖୋଜାଖୋଜି କରିବାରୁ ଭୟଭୀତ ହୋଇ ଆତ୍ମସମର୍ପଣ କରିଛି |

photo-jansatta

ତିଳେଇମାଳର ସତ୍ୟନାରାୟଣ ମୁଣ୍ଡା ନିଜ ଘର ବାହାରେ ମଶାରୀ ଟାଣି ଶୋଇଥିଲେ | ଭୋରରୁ ସତ୍ୟନାରାୟଣଙ୍କର ହତ୍ୟା ହୋଇଥିବାର ପରିବାର ଲୋକ ଦେଖିଥିଲେ | ଗାଁ ମଝିରେ ଏଭଳି ଏକ ହତ୍ୟାକାଣ୍ଡ ହୋଇଥିବାରୁ କେହି ପରିଚିତ ଲୋକଙ୍କର ଏଥିରେ ସମ୍ପୃକ୍ତି ରହିଥିବାର ସନ୍ଦେହ କରାଯାଇଥିଲା | ଏବେ ପୋଲିସ ତଦନ୍ତ ଜାରି ରଖିଛି |

ସମ୍ବନ୍ଧିତ ଖବର