ଆରପିଏଫ୍‌ ଦ୍ବାରା ଉଦ୍ଧାର ପରେ ଚାଇଲଡ୍‌ ଲାଇନ୍‌କୁ ହସ୍ତାନ୍ତର

ପାଣି ପିଇବାକୁ ଟ୍ରେନ୍‌ରୁ ଓହ୍ଲାଇ ବାଟ ହୁଡ଼ିଲେ ଶିଶୁ

ସମ୍ବଲପୁର: ସମ୍ବଲପୁର ଷ୍ଟେସନରେ ପାଣି ପିଇବାକୁ ଟ୍ରେନ୍‌ରୁ ଓହ୍ଲାଇ ଜଣେ ଶିଶୁ ପରିବାରଠାରୁ ଅଲଗା ହୋଇଯାଇଛନ୍ତି। ସକାଳୁ ଷ୍ଟେସନ ପରିସରରେ ବସି କାନ୍ଦୁଥିବା ବେଳେ ତାଙ୍କୁ ରେଳବାଇ ପୁଲିସ୍‌ ଉଦ୍ଧାର କରି ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଛି। ଉକ୍ତ ଶିଶୁଙ୍କ ନାମ ନନ୍ଦଲାଲ ଗୌତମ(୧୨) ହୋଇଥିବା ବେଳେ ସେ ଛତିଶଗଡ଼ ଅନୂପପୁର ଜିଲ୍ଲା ଉପରତାଲାର ବୋଲି ଜଣାପଡ଼ିଛି। ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରାଯିବା ପରେ ନନ୍ଦଲାଲଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯିବା ପରେ ରୁକ୍ମିଣୀଲାଲ ବାଲ ନିକେତନରେ ଛଡ଼ାଯାଇଛି।

ସମ୍ବନ୍ଧିତ ଖବର