ସମ୍ବଲପୁର: ୬ ଯୁବକଙ୍କୁ ଆଜୀବନ କାରାଦଣ୍ଡ

ସମ୍ବଲପୁର: ଜିଲ୍ଲା ଦୌରାଜଜ ଏସ୍‌.କେ ପତି ଗୁରୁବାର ଏକ ହତ୍ୟାକାଣ୍ଡର ରାୟ ପ୍ରକାଶ କରି ୬ଜଣ ଯୁବକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ହୀରାକୁଦ ରିକ୍ସାପଡ଼ାର ତୋଫାନ ଓରଫ ବସନ୍ତ କୁମ୍ଭାର, ମୋଦିପଡ଼ାର ସୁନିଲ ଓରଫ ଏନ୍‌ ଚିରଞ୍ଜିବୀ ରାଓ, ସୁଜିତ କର୍ଣ୍ଣ, ହସ୍ପିଟାଲ କ୍ୟାମ୍ପସର ଯତୀନ ଜିତେନ ଓ ଲୋକନାଥ ବେନେଟ, ଠେଲକୋପଡ଼ାର ଆଦେଶ ବାଗ ଓ ଗଣେଶ ବନଛୋରଙ୍କୁ ଏହି ଦଣ୍ଡାଦେଶ ମିଳିଛି। ଏଥି ସହିତ ଦୌରାଜଜ ଦୋଷୀ ସାବ୍ୟସ୍ତ ଅପରାଧୀମାନଙ୍କୁ ୧୦,୦୦୦ ଟଙ୍କା ଜରିମାନା ଶୁଣାଇଛନ୍ତି। ଅନାଦେୟରେ ଆହୁରି ଏକ ବର୍ଷ ଜେଲ ଦଣ୍ଡ ହେବ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅପରାଧିମାନେ ୨୦୧୧ ସେପ୍ଟେମ୍ବର ୨୦ରେ ସମ୍ବଲପୁର ଜିଲ୍ଲା ନୂଆପଡ଼ାର ଚାଣ୍ଟି ଓରଫ ସୁରଜ ଧରୁଆଙ୍କୁ ହୀରାକୁଦରେ ଆକ୍ରମଣ କରିଥିଲେ। ସେଦିନ ସୁରଜ ନିଜର ବ୍ୟକ୍ତିଗତ କାମ ନେଇ ହୀରାକୁଦ ଯାଇଥିଲେ। ଜଜ ପତି ସମସ୍ତ ସାକ୍ଷୀଙ୍କ ବୟାନକୁ ପ୍ରମାଣ କରି ରାୟ ଶୁଣାଇଛନ୍ତି ବୋଲି ସରକାରୀ ଓକିଲ ଆର୍ତ୍ତତ୍ରାଣ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର