ନାବାଳିକା ଅସୁରକ୍ଷା ବିରୋଧରେ ମହମବତି ଶୋଭାଯାତ୍ରା

ସମ୍ବଲପୁର: ଦେଶରେ ବଢୁଛି ନାରୀ ଅସୁରକ୍ଷା। ଦେଶର ବିଭିନ୍ନ ସ୍ଥାନରେ ମହିଳା ବିଶେଷକରି ନାବାଳିକାଙ୍କ ସହିତ ହେଉଥିବା ଦୁଷ୍କର୍ମ ଏବଂ ହତ୍ୟା ବିରୋଧରେ ନବୋଦୟ ଆଲୁମିନି ଆସୋସିଏସନ ପକ୍ଷରୁ ମହମବତି ଶୋଭଯାତ୍ରାର ଆୟୋଜନ ହୋଇଥିଲା। କିଛି ଦିନ ମଧ୍ୟରେ ଭାରତର କଠୁଆ, ସୁରଟ, ଲକ୍ଷ୍ନୌ, ନିଳଗିରିରେ ନାବାଳିକାମାନଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡବିଧାନ ପାଇଁ ଦାବି କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଛାତ୍ର ସଙ୍ଗଠକ ପ୍ରକାଶ ଡାଙ୍ଗ, ଲିପିକା ଦାସ, ଅଶ୍ୱିନୀ ପାଣ୍ଡେ, ଗୁରୁଚରଣ ସାହୁ, ଦୀପକ ବରି, ଜଗମୋହନ ପାଢୀ, ସଂଜୀବ ସେଠ, ଜିଏମୟୁ ପକ୍ଷରୁ ନିତିଶ, ଚିନ୍ମୟ, ପଲ୍ଲବ, ଶୁଭମ, ଅମୀୟ, ସୁଦାମ, ଆଶୁତୋଷ, ପ୍ରସାଦ, ତନ୍ମୟ, ହୀରାକୁଦ କଲେଜରୁ ପ୍ରଦୁମ୍ନ, ବିକାଶ, କାହ୍ନା, ଶୁଭଶ୍ରୀ, ଲକ୍ଷ୍ମୀ, ଦୁର୍ଗେଶ, ସଂଗୀତା, ଲିଲି ଉପସ୍ଥିତ ଥିଲେ। ଶିଭମ ଅଗ୍ରଓ୍ଵାଲ, ଶୁଭମ ସାହୁ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର