ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ଗୁରୁୁତର

ସମ୍ବଲପୁର: ଗୁରୁବାର ପୂର୍ବାହ୍ନରେ ଧନୁପାଲି ଛକରେ ଏକ ଟ୍ରକ୍‌(ଓଆର୍‌୧୭ଜି୯୫୯୯) ଧକ୍କାରେ ଜଣେ ବାଇକ୍‌ ଆରୋହୀ ଜିତେନ୍ଦ୍ର ମିର୍ଦ୍ଧା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଘର ଶାସନ ଥାନା ଅନ୍ତର୍ଗତ ତେଲିକଟା ଗାଁରେ ବୋଲି ଜଣାପଡ଼ିଛି। ବେପରୁଆ ଗାଡ଼ି ଚାଳନା ଯୋଗୁଁ ଗାଡ଼ି ଚାଳକ ଅନୁଗୁଳ ଜିଲ୍ଲା କଲଡ଼ାର ବସନ୍ତ ଝଣ୍ଡାଙ୍କୁ ଗିରଫ କରାଯିବା ସହ ଟ୍ରକ୍‌ ଜବତ କରାଯାଇଛି। ଦୁର୍ଘଟଣାକୁ ନେଇ ଧନୁପାଲି ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର