ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ସମ୍ବଲପୁର: ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା କନ୍ଦପାଲିର ପ୍ରକାଶ ବାରିକ(୨୬) ଗୁରୁବାର ସନ୍ଧ୍ୟା ୬ଟାରେ ବ୍ରହ୍ମକେଲାରୁ ଘରକୁ ଏକ ମୋଟର ସାଇକେଲ ଯୋଗେ ଫେରୁଥିବା ବେଳେ ବିରଜୁପୁର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରକାଶଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥ‌ମେ ପ୍ରକାଶପୁର ମେଡିକାଲରେ ଭର୍ତ୍ତି କରିଥିଲେ। ‌ତେବେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର