ବରାତି ଶୋଭାଯାତ୍ରାରେ ଗଣ୍ଡଗୋଳ: ଡାକ୍ତରଙ୍କ ମୁଣ୍ଡ ଫାଟିଲା

ସମ୍ବଲପୁର: ବୁଧବାର ରାତିରେ ସମଲେଶ୍ୱରୀ ମନ୍ଦିର ଅଂଚଳର ଏକ ବରାତି ଶୋଭାଯାତ୍ରାରେ ନାଚିବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି। ଡିଜେବାଲାର ଆକ୍ରମଣରେ ଜଣେ ପିଜି ଡାକ୍ତରୀ ଛାତ୍ର ଅଭିଷେକ ସାହୁଙ୍କ ମୁଣ୍ଡ ଫାଟିଯାଇଛିି। ଅଭିଷେକଙ୍କ ଜଣେ ସହାପାଠୀଙ୍କର ବାହାଘର ଥିଲା। ବଡ଼ବଜାରରୁ ସମଲେଶ୍ୱରୀ ମଣ୍ଡପକୁ ବରାତି ଶୋଭାଯାତ୍ରା ଆସୁଥିବା ବେଳେ ମନ୍ଦିର ପାଖରେ ମନପସନ୍ଦର ଗୀତ ବଜାଇବାକୁ ନେଇ ଡିଜେବାଲାଙ୍କୁ ଡାକ୍ତରୀ ଛାତ୍ରମାନେ ମନା କରିଥିଲେ। ରାତି ୧୦ଟା ପରେ ଡିଜେ ବଜାଇବା ଉପରେ କଟକଣା ରହିଥିବା ବେଳେ ଏପଟେ ବିଳମ୍ବ ହେଉଥିବାରୁ ଡିଜେବାଲା ଅନାଗ୍ରହ ପ୍ରକାଶ କରିଥିଲେ। ଏହାକୁ ନେଇ କଥା କଟାକଟି ହୋଇଥିଲା। ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା। ଏଥିରେ ଉତ୍ତେଜିତ ହୋଇ ଡିଜେବାଲା ଡାକ୍ତରୀ ଛାତ୍ରମାନଙ୍କୁ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର