ମାରଣାସ୍ତ୍ର ଦେଖାଇ ମୋବାଇଲ ଓ କଟର୍ ଲୁଟ୍‌

ସମ୍ବଲପୁର,: ସନ୍ଦୁରପଙ୍କସ୍ଥିତ ୟୁନିୟନ କନ୍‌ଷ୍ଟ୍ରକସନ କମ୍ପାନିରେ କାର୍ଯ୍ୟରତ ୩ ଜଣ ଶ୍ରମିକ ଗୁରୁବାର ରାତିରେ ପମ୍ପ ହାଉସ ନିକଟରେ ଥିବା ବେଳେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ୩ଟି ମୋବାଇଲ, ୩୫ଶହ ଟଙ୍କା ଓ ପ୍ଲାଇ କଟର ଲୁଟି ନେଇଥିଲେ। ଏନେଇ କମ୍ପାନି ସୁପରଭାଇଜର ସନ୍ଦୀପ ନାଏକ ଆସି ସଦର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗ ମୁତାବକ, ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର