ସମ୍ବଲପୁର: ଭାଲୁ ହାବୁଡ଼ରେ ପଡ଼ି ମହିଳା କ୍ଷତାକ୍ତ

ଯୁଯୁମୁରା: ଶନିବାର ଭୋର୍‌ରେ ଗଡ଼ଲୋଇସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଗହୀରପାଲି ଗାଁ’ର ଜଣେ ମହିଳା ଭାଲୁ ହାବୁଡ଼ରେ ପଡ଼ି କ୍ଷତବିକ୍ଷତ ହୋଇଛନ୍ତି।

ଆହତ ମହିଳାଜଣକ ହେଉଛନ୍ତି ୫୦ ବର୍ଷୀୟ ସାବିତ୍ରୀ ପଟେଲ। ଅନ୍ୟମାନଙ୍କ ସହ ମିଶି ସାବିତ୍ରୀ ଆଜି ଭୋର୍‌ ପ୍ରାୟ ୫ଟା ବେଳେ ବଣକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ।

ସକାଳ ପ୍ରାୟ ୭ଟା ବେଳେ ସେ କେନ୍ଦୁପତ୍ର ତୋଳୁଥିବା ବେଳେ ଭାଲୁ କବଳରେ ପଡ଼ିଥିଲେ। ତାଙ୍କ ଚିତ୍କାର ଶୁଣି ଆଖପାଖରେ କେନ୍ଦୁପତ୍ର ତୋଳୁଥିବା ଅନ୍ୟ ଲୋକମାନେ ଧାଇଁ ଆସିବାରୁ ଭାଲୁ ସାବିତ୍ରୀଙ୍କୁ ଛାଡ଼ି ଭୟରେ ବଣ ଭିତରକୁ ଚାଲିଯାଇଥିଲା।

ଯୁଯୁମୁରା ଡାକ୍ତରଖାନାରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖାଦେଇଛି।

ସମ୍ବନ୍ଧିତ ଖବର