ସମ୍ବଲପୁରର ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ 

ସମ୍ବଲପୁର: ବନ୍ଦ ଘରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ସମ୍ବଲପୁର ସହରର ମୁଦିପଡାରେ ତିନି ଦିନ ହେଲା ବନ୍ଦ ପଡିଥିବା ଏକ ଘରୁ ଜଣେ ମହିଳାଙ୍କ ଶବ ପୁଲିସ ଉଦ୍ଧାର କରିଛି  । ଏହି ଭଡା ଘରେ ବାହାରପଟୁ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହି ଘରେ ରହୁଥିବା ଲୋକଙ୍କୁ ସ୍ଥାନୀୟ ଲୋକେ କିଛି ଦିନ ହେଲା ଦେଖିନଥିବା କହିଥିଲେ ।

ଏପରିକି ଦୁର୍ଗନ୍ଧ ବାହାରିବା କାରଣରୁ ଲୋକଙ୍କ ମନରେ ନାନା ସନ୍ଦେହ ସୃଷ୍ଟି ହୋଇଥିଲା । ଗତକାଲି ରାତିରେ ପୋଲିସ ଏହି ଖବର ପାଇଥିବା ବେଳେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଘର ଖୋଲାଯାଇଥିଲା ଏବଂ ଏହି ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ ।

ଏହି ଘରେ ଶ୍ରମିକ ଦମ୍ପତି ଏବଂ ତାଙ୍କର ୪ବର୍ଷର ଶିଶୁ ରହୁଥିଲେ । ତେବେ ୪ବର୍ଷର ଶିଶୁକୁ ନେଇ ବାପା ଫେରାର ହୋଇଯାଇଥିବା ସୂଚନା ମିଳିଛି । ମଙ୍ଗଳବାର ରାତିରେ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତାପରେ ଘରେ ବାହାରପଟୁ ତାଲା ପଡିଥିବା ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର