ମିନାବଜାରରୁ ପିସ୍ତଲ ସହ ଯୁବକ ଗିରଫ

ସମ୍ବଲପୁର: ପିଏଚ୍‌ଡି ପଡ଼ିଆରେ ଚାଲିଥିବା ମିନାବଜାରରେ ଏକ ଦେଶୀ ପିସ୍ତଲ ଧରି ବୁଲୁଥିବା ଜଣେ ଯୁବକକୁ ଅଇଁଠାପାଲି ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ଏସ୍‌ଆର୍‌ଆଇଟି କଲୋନିର ବିଜୁ ନାଏକ। ରବିବାର ସଂଧ୍ୟା ୭ଟା ୩୦ରେ ସେ ମିନାବଜାରରେ ମାରଣାସ୍ତ୍ର ସହ ସଂଦିଗ୍‌ଧ ଅବସ୍ଥାରେ ବୁଲୁଥିବା କୌଣସି ସୂତ୍ରରୁ ଖବର ପାଇ ପୁଲିସ ଦଳ ପହଞ୍ଚି କାବୁ କରିଥିଲା। ତା’ଠାରୁ ଦେଶୀ ପିସ୍ତଲ ଜବତ କରିବା ସହ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର