ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

0 75

ବୁର୍ଲା: ନୟାଗଡ ଜିଲ୍ଲା ବାନିଗୋଛା ଥାନା ଦୁଡା ଗାଁର ଦୈତାରୀ ନାଏକଙ୍କ ପୁଅ ଯାଦବ ନାଏକ(୨୫)ଙ୍କ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ମୃତ୍ୟୁ ହୋଇଛି। ଗତ ମଙ୍ଗଳବାର ଯାଦବଙ୍କୁ ବୌଦ୍ଧ ଜିଲ୍ଲା ମାଧପୁର ଛକ ନିକଟରେ ଆଡ଼େଣିଗଡ଼ ପୁଲିସ୍‍ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତିି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରଥମେ ବୌଦ୍ଧ ଓ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିଲା। ତେବେ ମୃତକଙ୍କ ପରିବାର ଲୋକେ ଯାଦବଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ଗତ ମଙ୍ଗଳବାର ଯାଦବ ତାଙ୍କ ଜଣେ ସଂପର୍କୀୟ ଭାଇ ବ୍ରହ୍ମାନଦ ନାଏକ ସହ  ବାଇକରେ ବୌଦ୍ଧର ବାଙ୍କପଡ଼ା ନିଜ ଶ୍ୱଶୁର ଘରକୁ ଆସିଥିଲେ। ସେଠାରେ ଭୋଜନ ସାରି ରେଢାଖୋଲ ରେଳ ଟିକଟ ପାଇଁ ବାହାରିଥିଲେ। ତେବେ ଯାଦବ ବ୍ରହ୍ମାନଦଙ୍କୁ ବୌଦ୍ଧ ବସଷ୍ଟାଣ୍ଡରେ ଛାଡି କୁଆଡେ ଚାଲିଯାଇଥିଲେ। ବ୍ରହ୍ମାନଦ ଘରକୁ ଫେରି ପରିବାର ଲୋକଙ୍କୁ ଯାଦବ ତାଙ୍କୁ ଛାଡ କୁଆଡେ ଚାଳିଯାଇଥିବା ସଂପର୍କରେ ଜଣାଇଥିଲେ। ପରେ ପୁରୁଣାକଟକ ଡାକ୍ତରଖାନାରେ ଯାଦବକୁ ଭର୍ତ୍ତିି କରାଯାଇଥିବା ପୁଲିସ୍‍ ଠାରୁ ଖବର ପାଇଥିବା ମୃତଙ୍କ ଭାଇ ବିଷ୍ଣୁ ନାଏକ ମେଡ଼ିକାଲ ପୁଲିସ୍‍କୁ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ମେଡ଼ିକାଲ ପୁଲିସ୍‍ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହୋଇଛି। ଏ ସଂପର୍କରେ ଆଡ଼େଣିଗଡ଼ ଥାନାକୁ ଯୋଗାଯୋଗ ହୋଇଛି ବୋଲି ଫାଣ୍ଡି ଅଧିକାରୀ ଗଣେଶ ବାରିକ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.