ସମ୍ବର ମାଂସ ସହ ସ୍କୁଟି ଜବତ; ୨ ଗିରଫ

ପାଇକସାହି: ଆଠମଲିକ ବ୍ଲକ ଧଣ୍ଡାତୋପା ଜଙ୍ଗଲ ଉପରେ ଧଣ୍ଡାତୋପା ବନବିଭାଗ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ବନବିଭାଗ ୨୧ କେଜି ସମ୍ବର ମାଂସ ଜବତ କରିଥିଲା। ଏଥସହିତ ଏକ ନୂଆ ସ୍କୁଟି, ବାଇଡିଙ୍ଗ ତାର, ୨ଟି ଟାଙ୍ଗିଆ, କଟୁରୀ, କାଚ ବୋତଲ ଆଦିକୁ ବି ବନବିଭାଗ ଜବତ କରିଥିବା ବେଳେ ୨ଜଣ ଶିକାରୀଙ୍କୁ ଗିରଫ କରିଛି।

ଗିରଫ ଦୁଇ ଯୁବକ ହେଲେ ଠାକୁରଗଡ଼ ଥାନା ଭୋଗରା ଗ୍ରାମର ଅରୁଣ ସାହୁ (୨୭), ଧଣ୍ଡାତୋପା ଗ୍ରାମର ଦନବନ୍ଧୁ ପ୍ରଧାନ । ଏହି ସମ୍ବର ମାଂସ ଚାଲାଣ ଘଟଣାରେ ସମ୍ପୃକ୍ତ ଥିବା ଧଣ୍ଡାତୋପା ଗ୍ରାମର ଶିକାରୀ ନାଗା ପ୍ରଧାନ, କୁମାର ପ୍ରଧାନ, ଅମର ପ୍ରଧାନ, କାଳିଆ ପ୍ରଧାନ ଓ ସୁବତ୍ର ପ୍ରଧାନ ୫ଜଣ ବନବିଭାଗ କର୍ମଚାରୀଙ୍କୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଘଟଣାରୁ ଜଣାପଡ଼ିଛି କି ୭ଜଣ ଶିକାରୀ ମିଶି ଧଣ୍ଡାତୋପା ଜଙ୍ଗଲରୁ ୧୧କେଜି ବିଦ୍ୟୁତ ତାରରୁ ହୁକ ପକାଇ ଏକ ସମ୍ବର ଶିକାର କରିଥିଲେ। ପରେ ମାଂସ କାଟି ବାହାରକୁ ଚାଲାଣ କରୁଥିବା ବେଳେ ଖବର ପାଇ ଆଠମଲିକ ବନବିଭାଗର ଏସ୍‌ସିଏଫ ରାଜେନ୍ଦ୍ର ଗୋଚ୍ଛାୟତ, ଧଣ୍ଡାତୋପା ରେଞ୍ଜର ରାହାସ ସାହୁ, ଫରେଷ୍ଟର ସୁବ୍ରତ କମାର ଶତପଥୀ, ଫରେଷ୍ଟଗାର୍ଡ କବିତା ବାଗ ଚିନ୍ମୟ ଦେହୁରୀ ପ୍ରମୁଖ ଚଢ଼ାଉ କରି ଉକ୍ତ ୨ଜଣଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର