ସଂଜୀବ ପ୍ରଧାନଙ୍କ ଜାମିନ ଶୁଣାଣି ୨୫କୁ ଘୁଞ୍ଚିଲା

ସମ୍ବଲପୁର: ରେଙ୍ଗାଲି ନଦୀ ବନ୍ଧ ବିସ୍ଥାପିତଙ୍କ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହୋଇଥିବା ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନଙ୍କୁ ଜାମିନ ଆବେଦନର ଶୁଣାଣି ୨୫ ସେପ୍‌ଟେମ୍ବରକୁ ଘୁଞ୍ଚିଯାଇଛି। ଫଳରେ ସଂଜୀବଙ୍କୁ ସମ୍ବଲପୁର ମଣ୍ଡଳ ଜେଲ୍‌ ହାଜତ ମଧ୍ୟରେ ଦୀପାବଳି କାଟିବାକୁ ପଡ଼ିବା ନିଶ୍ଚିତ ହୋଇଛି।
ରେଙ୍ଗାଲି ନଦୀ ବନ୍ଧ ଯୋଜନାରେ ବିସ୍ଥାପିତଙ୍କ ଟଙ୍କା ହଡ଼ପ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା ଦୁଇ ଦିନ ଧରି ତାଙ୍କୁ ଜେରା କଲା ପରେ ୧୦ ଅକ୍ଟୋବର ଦିନ ଗିରଫ କରିଥିଲା। ଗତ ୧୧ ତାରିଖ ଦିନ ତାଙ୍କୁ ସମ୍ବଲପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଜାମିନ ଆବେଦନ ଖାରଜ ହେବାରୁ ୨୪ ଅକ୍ଟୋବର ପର୍ଯ୍ୟନ୍ତ ରିମାଣ୍ଡରେ ସମ୍ବଲପୁର ମଣ୍ଡଳ ଜେଲ୍‌କୁ ପଠେଇ ଦିଆଯାଇଥିଲା।ଅପରପକ୍ଷରେ ସଂଜୀବଙ୍କ ଓକିଲ ଜାମିନ ପାଇଁ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ୧୮ ତାରିଖ ବୁଧବାର ଦିନ ଜାମିନ ଆବେଦନ ଉପରେ ଶୁଣାଣି ହେବାର ଥିଲା। ମାତ୍ର ଆଜି ଶୁଣାଣି ହୋଇନପାରିଥିଲା। ଶୁଣାଣି ପାଇଁ ୨୫ ଅକ୍ଟୋବରକୁ ତାରିଖ ଧାର୍ଯ୍ୟ କରାଯାଇଛି। ୨୦୧୩ ମସିହାରୁ ତତ୍‌କାଳୀନ ବିଜେଡି ବିଧାୟକ ଶ୍ରୀ ପ୍ରଧାନଙ୍କ ନାଁରେ ଏହି ଜାଲିଆତି ଓ ହଡ଼ପ ଅଭିଯୋଗ ଆସିଥିଲା।

ରେଙ୍ଗାଲି ନଦୀ ବନ୍ଧ ଯୋଜନାରେ ବିସ୍ଥାପିତ ହୋଇଥିବା ବହୁ ଲୋକଙ୍କ ଜାଲ୍‌ ଦସ୍ତଖତ ଓ ନକଲି କାଗଜପତ୍ର ପ୍ରସ୍ତୁତ କରାଯାଇ କୋଟି କୋଟି ଟଙ୍କା ହଡ଼ପ କରି ନିଆଯାଇଛି। ଏହି ଘଟଣାରେ ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ୨୦୧୫ ଜୁନ ୨୨ ତାରିଖରେ ରେଙ୍ଗାଲି ମଲଟ୍‌ି ପ୍ରୋଜେକ୍ଟର ସେଟଲମେଣ୍ଟ ଅଫସିର ସୁବାସ ଚନ୍ଦ୍ର ସାହୁଙ୍କୁ ଗରିଫ କରଥିଲା। ୧୯୮୩ ମସିହାରେ ରାଜ୍ୟ ସରକାର ରେଙ୍ଗାଲି ମଲଟ୍‌ି ପ୍ରୋଜେକ୍ଟ ପାଇଁ ବଟସିଂହ ମୌଜାର ଜମି ଅଧିଗ୍ରହଣ କରିଥିଲେ। ଏହି ସମୟରେ କ୍ଷତିଗସ୍ତମାନଙ୍କୁ ସରକାର କ୍ଷତିପୂରଣ ବାବଦରେ ଟଙ୍କା ପ୍ରଦାନ କରୁଥିଲେ। ମଧୁସୂଦନ ଗଡ଼ନାୟକ ଓ ତାଙ୍କ ଭାଇ ଶିବ ପ୍ରସାଦ ଗଡ଼ନାୟକ କ୍ଷତିପୂରଣ ପାଇବା ପାଇଁ ପୂର୍ବତନ ବିଧାୟକ ତଥା ଆଇନଜୀବୀ ସଂଜୀବ ପ୍ରଧାନ ମାମଲା ଲଢ଼ୁଥିଲେ। କିନ୍ତୁ ଶ୍ରୀ ପ୍ରଧାନ କୋର୍ଟରେ ଦୁଇ ଭାଇଙ୍କ ନାମରେ ଜାଲ କାଗଜପତ୍ର ପ୍ରସ୍ତୁତ କରି କ୍ଷତି ପୂରଣ ବାବଦ ଟଙ୍କା ୨୭,୦୧,୮୪୮ ହଡ଼ପ କରି ନେଇଥିଲେ। ଏହି ଦୁଇ ଭାଇଙ୍କ ବ୍ୟତୀତ ଅନ୍ୟ କ୍ଷତିଗସ୍ତଙ୍କ ଟଙ୍କା ହଡ଼ପ କରାଯାଇଥିବା ନେଇ ଅଭିଯୋଗ ହୋଇଆସୁଛି।

ସମ୍ବନ୍ଧିତ ଖବର