ଫୁଲବାଣୀ: ଏଟିଏମ କାନ୍ଥ କଣା କରି ଲୁଟ୍‌

ଫୁଲବାଣୀ: ଗତକାଲି ରାତିରେ ଦୁର୍ବୃତ୍ତମାନେ ଫୁଲବାଣୀ ବଜାରରେ ଥିବା ଏକ ଏଟିଏମ୍‌ର କାଉଣ୍ଟରର କାନ୍ଥ କଣା କରି ଭିତରେ ପଶିବା ସହିତ ଏଟିଏମ ଭାଙ୍ଗୀ ଟଙ୍କା ଳୁଟି ନେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


ମିଳିଥିବା ସୂଚନାରୁ ପ୍ରକାଶ ଯେ, ଫୁଲବାଣୀ ସହରର ଏଫସିଆଇ ଛକରେ ରହିଛି ଷ୍ଟେଟ୍‌ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଏଟିଏମ। ଗତକାଲି ରାତିରୁ ପ୍ରବଳ ବର୍ଷା ଯୋଗୁଁ ସହର ଜନମାନବ ଶୂନ୍ୟ ହୋଇଥିବାର ସୁଯୋଗ ନେଇ କେତେକ ଦୁର୍ବୃତ୍ତ ଏଟିଏମ ସର୍ଟରକୁ ପକାଇ ଦେବା ସହିତ ପଛପଟ କାନ୍ଥ କଣା କରି ଭିତରେ ପଶିଥିଲେ। ପରେ ସେମାନେ ଏଟିଏମ ଭାଙ୍ଗି ଏଥିରେ ଥିବା ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ କାନ୍ଥରେ ଗୋଟିଏ ୩ଫୁଟ ଚଉଡ଼ାର କଣା କରି ଭିତରେ ପଶିଥିବା ଦେଖିବାକୁ ମିଳିଛି। ଆଜି ସକାଳେ ଏଟିଏମର କାନ୍ଥ କଣା ହୋଇଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏ ନେଇ ସୂଚନା ଦେବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର କେତେ ଟଙ୍କା ଲୁଟ୍‌ ହୋଇଛି ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର