ଚିଚୋଲି ସ୍କୁଲରୁ ମଧ୍ୟାହ୍ନ ଚାଉଳ ଚୋରି

ଅମ୍ବାଭୋନା: ଚିଚୋଲି ୟୁଜିୟୁପି ସ୍କୁଲରେ ତାଲା ଭାଙ୍ଗି ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହୋଇଥିବା ଶିକ୍ଷା କମିିଟି ଓ ପ୍ରଧାନ ଶିକ୍ଷକ ଥାନାରେ ଲିଖିତ ଭାବରେ ଜଣାଇଛନ୍ତି। କେତେକ ଦୁର୍ବୃତ୍ତ ସ୍କୁଲରେ ତାଲା ଭାଂଗି ରୋଷେଇ ଘରେ ଥିବା ୨ କୁଇଣ୍ଟାଲ ଚାଉଳ ଚୋରି କରି ନେଇଛନ୍ତି। ପୂର୍ବରୁ ଏହି ସ୍କୁଲରେ ତାଲା ଭାଂଗି ଚୋରି ହୋଇଥିଲେ ମଧ୍ୟ ପୁଲିସ୍‌ ଦୁର୍ବୃତ୍ତମାନଙ୍କୁ ଧରିବାରେ ବିଫଳ ହୋଇଛି। ସେହିପରି ଗତ ଏକ ମାସ ହେବ ସାହ୍ଲେପାଲି, ଦୁଲ୍ଲପାଲି ଓ ମହାପାଲି ଅଙ୍ଗନଓ୍ଵାଡି କେନ୍ଦ୍ରରେ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଅମ୍ବାଭୋନା ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୁର୍ବୃତ୍ତମାନେ ଧରାପଡିନାହାନ୍ତି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର