ଚାନ୍ଦବାଲି: କେନାଲକୁ ଖସି ପଡ଼ିଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୫ ଛାତ୍ରଛାତ୍ରୀ

ଚାନ୍ଦବାଲି: ଆଜି ସକାଳେ ଭଦ୍ରକ ଜିଲ୍ଲା ବାଁସଡ଼ା ଥାନା ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମର ୧୫ରୁ ଊର୍ଧ୍ୱ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ବେଳେ ଡ୍ରାଇଭର ଓ ସେହି ରାସ୍ତା ଦେଇ ଯାଉଥିବା ଲୋକେ ପାଣିରେ ପଶି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାସଁଡା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମର ୧୫ ଜଣ ଛାତ୍ରଛାତ୍ରୀ ଓଡି୦୫ ଏଫ୧୮୮୯ ନମ୍ବର ବିଶିଷ୍ଟ ଏକ ଭ୍ୟାନରେ ବିଏସ ପବ୍ଲିକ ସ୍କୁଲକୁ ପଢ଼ିବାକୁ ଯାଉଥିଲେ। ମାତ୍ର ତେନ୍ତୁଳିଗାଡ଼ିଆ ନିକଟରେ ଏକ ଗାଡ଼ିକୁ ସାଇଟ୍‌ ଦେବା ପାଇଁ ଡ୍ରାଇଭର ଗାଡ଼ିକୁ ରାସ୍ତା କଡ଼କୁ ନେଇଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସି ପଡ଼ିଯାଇଥିିଲା। କେନାଲରେ ୪ ଫୁଟ୍‌ରୁ ଉର୍ଧ୍ୱ ପାଣି ଥିବା ବେଳେ ଡ୍ରାଇଭର ଓ ସେହି ରାସ୍ତା ଦେଇ ଯାଉଥିବା କିଛ ଯୁବକ ସଙ୍ଗେ ସଙ୍ଗେ ପାଣିରେ ପଶି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର