ଯାଜପୁର: ଲକ୍ଷାଧିକ ଟଙ୍କାର ଚୋରା କାଠ ସହିତ ସ୍କର୍ପିଓ ଜବତ

ଯାଜପୁର: ଆଜି ଯାଜପୁର ଜିଲ୍ଲା ବ୍ୟାସନଗର ଆଲିଆ ଛକ ନିକଟରୁୁ ଯାଜପୁର ରୋଡ୍‌ ବନବିଭାଗ ଚଢ଼ାଉ କରି ଳକ୍ଷାାଧିକ ଟଙ୍କା ମୂଲ୍ୟର ଶାଳ ଗଣ୍ଡି ଓ ସାଇଜ୍‌ କାଠ ଜବତ କରିଛନ୍ତି। ଏହି ଘଟଣାରେ ବନବିଭାଗ ଜେଏଚ୍‌ ୦୬ ବି ୪୫୭୫ ନମ୍ବର ବିଶିଷ୍ଟ ଏକ ସ୍କର୍ପିଓ ଗାଡ଼ି ମଧ୍ୟ ଜବତ କରିଛି।
ସୂଚନାଯୋଗ୍ୟ ଯେ ଏକ ନିର୍ଦ୍ଦିଷ୍ଟ ଗାଡ଼ିରେ କେନ୍ଦୁଝର, ମୟୂରଭଞ୍ଜ ଅଞ୍ଚଳରୁ ଚୋରା କାଠ ଚାଲାଣ ହେଉଥିବା ସୂଚନା ପାଇ ଯାଜପୁର ରେଡ୍‌ ବନାଞ୍ଚଳ ଅଧିକାରୀ ଧୀରେନ୍ଦ୍ର କୁମାର ପଟ୍ଟନାୟକ ନିଜ ସହକର୍ମୀଙ୍କ ସହିତ ସେହି ଗାଡ଼ିକୁ ପିଛା କରି କାବୁ କରିଥିଲେ।ଏହି ସ୍କର୍ପିିର୍ଓ ଗାଡ଼ିିରୁ ପ୍ରାୟ ୭୦ ଘନଫୁଟ୍‌ ଶାଳ କାଠ ଜବତ କରାଯାଇଛି।

ସମ୍ବନ୍ଧିତ ଖବର