ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ପରେ ଜେଲ ଗଲା ପୁଞ୍ଜିଲାଲ

ରାୟଗଡ଼ା: ସୋମବାର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠା ଯାଇଛି । ପାଟଣାଗଡ ହସ୍ପିଟାଲରେ ପୁଞ୍ଜିଲାଲ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ପାଟଣାଗଡ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଦୁଇ ଦୁଇ ଥର ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ନିକଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ।

କେବଳ ଏତିକି ନୁହେଁ ରାୟପୁର ଯାଇ ପାର୍ସଲ ବୋମା ପଠାଇବା ଘଟଣାର ଡେମୋ ଦେଖାଇଛି ପୁଞ୍ଜିଲାଲ।ପୂର୍ବରୁ ପୁଞ୍ଜିଲାଲକୁ କ୍ରାଇମବ୍ରାଂଚ ରାୟପୁର ନେଇଥିଲା । କୋରିୟର ସଂସ୍ଥାରେ ସେ କିଭଳି ପାର୍ସଲ୍‌ ପଠାଇଥିଲା ତାହାର ବିସ୍ତୃତ ବିବରଣୀ କ୍ରାଇମବ୍ରାଂଚକୁ ଦେଇଥିଲା ମୁଖ୍ୟ ଅଭିଯୁକ୍ତ । ଏବେ କ୍ରାଇମବ୍ରାଂଚ ଅଟୋ ଚାଳକଙ୍କୁ ଖୋଜିବା ଆରମ୍ଭ କରିଛି ।

ସୂଚନାଯାଗ୍ୟ, ଗତ ଫେବ୍ରୁଆରି ମାସ ୨୩ ତାରିଖରେ ଅଧାପକ ରବୀନ୍ଦ୍ର ସାହୁ ଓ ଭଇଁଷା ମହାବିଦ୍ୟାଳୟର ଅଧ୍ୟକ୍ଷା ସଞ୍ଜୁୁକ୍ତା ସାହୁଙ୍କ ପୁଅ ସୌମ୍ୟଶେଖରଙ୍କ ବିବାହର ୫ ଦିନ ପରେ ଘରକୁ ଏକ ପାର୍ସଲ ଆସିଥିଲା। ଏହି ଗିଫ୍‌ଟ ପାର୍ସଲକୁ ଖୋଲିଲା ବେଳେ ଏହା ବିସ୍ଫୋରଣ ଘଟି ସୌମ୍ୟଶେଖର, ତାଙ୍କ ଜେଜେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ନବବଧୁ ରୀମା ଗୁରୁତର ଭାବେ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର