ଫୁଲବାଣୀ: ଶୋଇଥିବା ସ୍ୱାମୀଙ୍କୁ ହତ୍ୟା କରି ଦ୍ୱିତୀୟ ସ୍ତ୍ରୀ ଗିରଫ

ଫୁଲବାଣୀ: ଗତ ୭ ତାରିଖ ରାତିରେ ସ୍ୱାମୀ ଶୋଇଥିବା ବେଳେ ତାଙ୍କ ବେକକୁ ଏକ କଟୁରିରେ ହାଣି ହତ୍ୟା କରିବା ଅଭିଯୋଗରେ ପୁଲିସ ସାବିତ୍ରୀ ସାହୁ (୨୮ ବର୍ଷ) ନାମକ ଜଣେ ମହିଳାଙ୍କୁ ଗିରଫ କରିଛନ୍ତି। ସ୍ୱାମୀ ତାଙ୍କ ପଥମ ପତ୍ନୀଙ୍କୁ ଅଧିକ ଭଲ ପାଉଥିବାରୁ ଇର୍ଷା ପରାୟଣ ହୋଇ ସାବିତ୍ରୀ ତାଙ୍କୁ ହତ୍ୟା କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କାଳିପଙ୍ଗା ଗ୍ରାମର ଆର୍ତ୍ତ ସାହୁ(୪୦ ବର୍ଷ) ଗତ କିଛି ବର୍ଷ ତଳେ ପ୍ରଥମ ପତ୍ନୀ ଥାଉ ଥାଉ ତାଙ୍କ ଶାଳୀ ସାବିତ୍ରୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତେବେ ଦ୍ୱିତୀୟ ବିବାହ କରିବା ପରେ ମଧ୍ୟ ଆର୍ତ୍ତଙ୍କର ପ୍ରଥମ ପତ୍ନୀଙ୍କ ପ୍ରତି ଭଳ ପାଇବା କମ୍‌ ହୋଇ ନ ଥିଲା। ଏହାକୁ ସହ୍ୟ କରି ପାରି ନ ଥିଲେ ସାବିତ୍ରୀ। ତେଣୁ ଗତ ୭ ତାରିଖ ରାତିରେ ସ୍ୱାମୀ ନିଦରେ ଶୋଇ ଥିବା ବେଳେ ସାବିତ୍ରୀ ଏକ କଟୁରି ନେଇ ଆର୍ତ୍ତଙ୍କ ବେକକୁ କାଟି ହତ୍ୟା କରିଥିଲା। ତେବେ ପ୍ରଥମେ ଘଟଣା ପଛରେ ବାହାର ଲୋକଙ୍କ ହାତ ଥିବା ପୁଲିସ ସନ୍ଦେହ କରିଥିଲା। ମାତ୍ର ତଦନ୍ତ ୍ରାଗେଇବା ସହିତ ସନ୍ଦେହ ଆର୍ତ୍ତଙ୍କ ଦ୍ୱିତୀୟ ପତ୍ନୀ ସାବିତ୍ରୀଙ୍କ ଠାରେ ଠୁଳ ହୋଇଥିଲା। ସାବିତ୍ରୀଙ୍କୁ ଧରି ଥାନାରେ ପୁଲିସ ପଚରା ଉଚରା କରିବାରୁ ସେ ଆର୍ତ୍ତଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା।

ସମ୍ବନ୍ଧିତ ଖବର