ସମ୍ବଲପୁର: ଶ୍ୟାମ୍‌ ମେଟାଲିକ୍‌ସର ସୁରକ୍ଷା ଗାର୍ଡ଼ଙ୍କ ଉପରେ ଚଢ଼ିଗଲା ଟ୍ରକ, କାରଖାନାରେ ଉତ୍ତେଜନା

ସମ୍ବଲପୁର: ଆଜି ସକାଳେ ସମ୍ବଲପୁର ରେଙ୍ଗାଲିସ୍ଥିତ ଶ୍ୟାମ ମେଟାଲିକ୍‌ର ଜଣେ ସୁରକ୍ଷା କର୍ମୀଙ୍କ ଉପରେ ଏକ ହାଇଓ୍ଵା ଗାଡ଼ିି ଚଢ଼ିିଯିବାରୁ ଘଟଣାସ୍ଥଳରେ ସମ୍ପୃକ୍ତ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବରଣ କରିଥିବା ସୁରକ୍ଷା କର୍ମୀଙ୍କ ନାମ ସୂର୍ଯ୍ୟଦେବ କୁମାର(୨୭ ବର୍ଷ)। ଏହାକୁ ନେଇ କର୍ମଚାରମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। କର୍ମଚାରୀମାନେ କାରଖାନାର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ ଚଳାଇଛନ୍ତି।

ସମ୍ବନ୍ଧିତ ଖବର