ଆଇଓସିଏଲ ସୁରକ୍ଷା କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ

ପାରାଦୀପ: ଗତକାଲି ରାତିରେ ପାରାଦୀପସ୍ଥିତ ତୈଳ ବିଶୋଧନାଗାର ପରିସରରେ ଜଣେ ସୁରକ୍ଷା କର୍ମୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ୍ୟୁର ଠିକ୍‌ ତଦନ୍ତ ଓ ମୃତକଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବି ନେଇ ଆଜି ସକାଳୁ ସମାଗୋଳ ଗ୍ରାମର ଲୋକେ ଆଇଓସିଏଲର ୪ ନମ୍ବର ଫାଟକ ଆଗରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।


ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀ ସମାଗୋଳ ଗ୍ରାମର ନିତ୍ୟାନନ୍ଦ ପରିଡ଼ାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ଶ୍ରୀ ପରିଡ଼ାଙ୍କର କିପରି ମୃତ୍ୟୁ ଘଟିଲା ତାହା ଜାଣିବା ପାଇଁ ସମାଗୋଳ ଗ୍ରାମର ଲୋକେ ଆଇଓସିଏଲ ଗେଟ୍‌ ପାଖରେ ପହଞ୍ଚିବା ପରେ ସେଠାରେ କମ୍ପାନି କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ତେବେ ଶ୍ରୀ ପରିଡ଼ାଙ୍କ ମୃତଦେହ ଡାକ୍ତରଖାନା ପରିସରରେ ଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଗ୍ରାମବାସୀଙ୍କୁ ବୁଝାସୁଝା କରୁଛି।

ସମ୍ବନ୍ଧିତ ଖବର