ତ୍ରିକୋଣୀୟ ପ୍ରେମ ସଂପର୍କ: କବନ୍ଧ ମିଳିବାର ୬ ଦିନ ପରେ ମିଳିଲା ପ୍ରେମିକର କଟାମୁଣ୍ଡ

ରା.ଉଦୟଗିର: ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ଗଜପତି ଜିଲ୍ଲା ସିଆଳିଲଟି ଗ୍ରାମପଞ୍ଚାୟତସ୍ଥ ହରଡାବାଡ ଗ୍ରାମରେ ଗଲା ୨୫ତାରିଖ ଦିନ ହୋଇଥିବା ହତ୍ୟାକାଣ୍ଡ ଘଟଣାର ୬ ଦିନ ପରେ ପୁଲିସ ମୃତ ପ୍ରେମିକର କଟାମୁଣ୍ଡ ଜବତ କରିଛି। ଯେଉଁଠାରୁ ପ୍ରେମକଙ୍କ କବନ୍ଧ ଜବତ ହୋଇଥିଳା ସେହି ସ୍ଥାନ ଠାରୁ ୩୦ ମିଟର ଦୂରରେ ପାଣି ଭିତରୁ କଟାମୁଣ୍ଡ କୁ ପୁଲିସ ଠାବ କରିଛି। ପ୍ରକୃତରେ କଟାମୁଣ୍ଡ ଟି ମୃତ ପ୍ରେମିକର କିମ୍ବା ଅନ୍ୟ କାହାର ତାହା ତାହା ଜାଣିବା ପାଇଁ ପୋରେନ୍ସିକ ଟେଷ୍ଟ ପାଇଁ କଟାମୁଣ୍ଡକୁ ବ୍ରହ୍ମପୁର ଏଫ୍‌ଏମ୍‌ଟି ବିଭାଗକୁ ପଠାଇ ଦିଆଯାଇଥିବା ରା.ଉଦୟଗିରି ଥାନାଧିକାରୀ ପ୍ରଭାକର ପଣ୍ଡା କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ, ତ୍ରିକୋଣୀୟ ପ୍ରେମ ସଂପର୍କକୁ କେନ୍ଦ୍ର କରି ଜଣେ ବିବାହିତା ମହିଳାଙ୍କ ବିବାହିତ ପ୍ରେମିକ ପ୍ରଶାନ୍ତ ପ୍ରଧାନ(୩୫ ବର୍ଷ)ଙ୍କୁ ମହିଳାଙ୍କ ଯୁବ ପ୍ରେମିକ କମଳ ପ୍ରଧାନ (୨୮ ବର୍ଷ) ହରଡାବାଡ ଗ୍ରାମ ନିକଟସ୍ଥ ବାଲିଗଣ୍ଡା ଝରଣା ନିକଟରେ ହତ୍ୟା କରିଥିଲା। ଉଭୟ ମଦ ପାନ କରିବା ପରେ ଏହି ମହିଳାଙ୍କ ସହିତ ସମ୍ପର୍କକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏପରିକି ମହିଳାଙ୍କ ସ୍ୱାମୀ ମଧ୍ୟ କମଳ ସହାୟତାରେ ପ୍ରଶାନ୍ତକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରୁଥିଲେ। ତେଣୁ ମଦ ଖାଇବା ପରେ କମଳ ଏକ ଧାରୁଆ ଅସ୍ତ୍ରରେ ପ୍ରଶାନ୍ତଙ୍କ ଗଣ୍ଡିମୁଣ୍ଡ ଅଲଗା କରିବା ପରେ ସେଠାରେ ପହଞ୍ଚିଥିଲେ ମହିଳାଙ୍କ ସ୍ୱାମୀ ବୁଡ଼ୁ ପ୍ରଧାନ। ଉଭୟ ମିଶି କଟାମୁଣ୍ଡକୁ ନେଇ ଏକ ନାଳରେ ଫିିଙ୍ଗି ଦେଇଥିଲେ। ୨୬ ତାରିଖ ଦିନ ପ୍ରଶାନ୍ତଙ୍କ କବନ୍ଧ ମିଳିଥିଲା। ଏହି ଘଟଣାରେ କମଳ ଓ ବୁଡ଼ୁଙ୍କୁ ପୁଲିସ ଗିରାଫ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର