ସୁନ୍ଦରଗଡ଼: ସେକ୍ସ ରାକେଟ୍‌ ସନ୍ଦେହରେ ଲଜ୍‌ରେ ଚଢ଼ାଉ, ୩ଯୁବକ ଓ ୩ ଯୁବତୀ ଅଟକ

ସୁନ୍ଦରଗଡ଼: ସେକ୍ସ ରାକେଟ୍‌ ଚାଲିଥିବା ସନ୍ଦେହ କରି ଶୁକ୍ରବାର ଟାଉନ୍‌ ଥାନା ଅନ୍ତର୍ଗତ କେରେଇରେ ଏକ ଲଜ ଉପରେ ପୁଲିସ ଚଢ଼ାଉ କରିଥିଲା। ଏହି ସମୟରେ ଲଜରୁ ୩ ଯୁବକ ଓ ୩ଯୁବତୀ ପୁଲିସ ହାତରେ ଧରାପଡ଼ିଥିଲେ। ପୁଲିସ ସେମାନଙ୍କ ଅଟକ ରଖି ପଚରାଉଚରା ଚଳାଇଛି।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଏସ୍ପି ସୌମ୍ୟା ମିଶ୍ରାଙ୍କ ନେତୃତ୍ୱରେ ଏକ ଟିମ୍‌ ଟାଉନ୍‌ ଥାନା ଅନ୍ତର୍ଗତ କେରେଇରେ ଏକ ଲଜ ଉପରେ ପୁଲିସ ଚଢ଼ାଉ କରିଥିଲା। ଲଜରେ ପୂର୍ବରୁ ସେକ୍ସ ରାକେଟ୍‌ ଚାଲୁଥିବା ଅଭିଯୋଗ ହୋଇଥିଲା। ଏଠାରେ ବାହାରୁ ଝିଅଙ୍କୁ ଅଣାଯାଇ ଦେହ ବେପାରରେ ନିୟୋଜିତ କରାଯାଉଥିବା ସନ୍ଦେହ କରାଯାଉଥିଲା। ତେବେ ବିଶେଷ ସୂତ୍ରରୁ ଖବର ମଳିବା ପରେ ଏସ୍ପି ସୌମ୍ୟା ମିଶ୍ରାଙ୍କ ନେତୃତ୍ୱରେ ଏସ୍‌ଡିପିଓ ବଳଭଦ୍ର ଦୀପ ଓ ଟାଉନ୍‌ ଥାନା ଅଧିକାରୀ ଅଶୋକ ଗିରି ପ୍ରମୁଖ ଲଜ ଉପରେ ଚଢ଼ାଉ କରିଥିଲେ। ଯୁବକମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଯୁବତୀମାନେ ସମ୍ବଲପୁର, ଝାରସୁଗୁଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର