ସରିଛି ମହାଦେବ-ପାର୍ବତୀଙ୍କ ଗଣ୍ଠାଳ ଫିଟା, ହଳଦୀ ମଖା, ଦଧିମାଛ ପିନ୍ଧାଣି ଓ ରୁଦ୍ରାଭିଷେକ, ରାତିରେ ବିବାହ  

ସମ୍ବଲପୁର: ବୁଧବାର ସକାଳେ ବିଭିନ୍ନ ପଡ଼ାରେ ମହାଦେବ-ପାର୍ବତୀଙ୍କ ଗଣ୍ଠାଳ ଫିଟା, ପାଣି ପଲଟା, ଦଧିମାଛ ପିନ୍ଧାଣି, ହଳଦୀମଖା ଓ ରୁଦ୍ରାଭିଷେକ ଆଦି ବିଧି ଅନୁଷ୍ଠିତ ହୋଇଯାଇଛି। ନନ୍ଦପଡ଼ାର ବ˚ବରାଡ଼ ବାଲୁ˚କେଶ୍ବର ବାବାଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଓ ମାତା ପାର୍ବତୀଙ୍କୁ ଗତ ବର୍ଷର କନ୍ୟା ପିତା ପ୍ରକାଶ ପାଣ୍ଡେ ଏବଂ ତାଙ୍କ ପତ୍ନୀ କୁଲୁଥକାନିସ୍ଥିତ ବାସଭବନକୁ ଘେନି ଯାଇଥିଲେ। ସେଠାରେ ପୂଜକ ଶଶା˚କ ଶେଖର ମିଶ୍ରଙ୍କ ପାର˚ପରିକ ପୂଜାର୍ଚ୍ଚନା ପରେ ଗଣ୍ଠାଳଫିଟା ନୀତି ହୋଇଥିଲା। ଏହାପରେ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଓ ମାତା ପାର୍ବତୀ ପୁନଶ୍ଚ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ। ସେଠାରେ ଦହିପଖାଳ ଭୋଗ ଲାଗି ହୋଇଥିଲା। ସେଠାରୁ ଚଳିତ ବର୍ଷର କନ୍ୟା ପିତାମାତା ପରିବାରବର୍ଗଙ୍କ ସହ ମାତା ପାର୍ବତୀଙ୍କୁ ଅଇଁଠାପାଲି ଶୁଭଶ୍ରୀବିହାରସ୍ଥିତ ନିଜ ଘରକୁ ଘେନି ଯାଇଥିଲେ। ଏହାପରେ ଶ୍ରୀ ଚନ୍ଦ୍ରଶେଖରଙ୍କ ରୁଦ୍ରାଭିଷେକ କରା ଯାଇଥିଲା। ଅପରାହ୍‌ଣରୁ ଶ୍ମଶାନବାସୀ ଚନ୍ଦ୍ରଶେଖରଙ୍କୁ ବରବେଶରେ ସଜାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା। ସ୍ବର୍ଣ୍ଣ, ରୌପ୍ୟର ବିଭିନ୍ନ ଅଳଙ୍କାର, ସୁନାର କିରୀଟ, ରୁପାର ପରଭା ଆଦିରେ ସଜ୍ଜିତ କରା ଯାଇଥିଲା। ସଂଧ୍ୟାରେ କନ୍ୟାପକ୍ଷ ମାତା ପାର୍ବତୀଙ୍କୁ ନବବଧୁ ରୂପରେ ସଜାଇ ବିବାହସ୍ଥଳ ବାଲୁଂକେଶ୍ବର କଲ୍ୟାଣ ମଣ୍ଡପକୁ ଆଣିଥିଲେ। ବରପକ୍ଷରୁ ମୁରବୀମାନେ ଯାଇ ଦଧିମାଛ ପିନ୍ଧାଣି କରିଥିଲେ।

ଝାଡ଼ୁଆପଡ଼ାର ଲୋକନାଥ ବାବା ଏବ˚ ମାତା ପାର୍ବତୀଙ୍କ ଗ˚ଠାଳ ଫିଟା ନୀତି ମଧୢ ବୁଧବାର ସକାଳେ ଯଥାବିଧି ସ˚ପନ୍ନ ହୋଇଥିଲା। ପୂର୍ବ ବର୍ଷର କନ୍ୟା ପିତାମାତା ଅମିୟ ମୁଣ୍ଡ ଏବଂ ସମିତା ମୁଣ୍ଡ ରାଜ୍ୟ ବାହାରେ ରହୁଥିବାରୁ ଲକ୍‌ଡାଉନ୍‌ ଯୋଗୁଁ ଆସିପାରି ନଥିଲେ। ବଡ଼ଭାଇ ରାମେଶ୍ବର ପୁରୋହିତ ଏବଂ ତାଙ୍କ ସହଧର୍ମିଣୀ ତୃପ୍ତି ପୁରୋହିତଙ୍କ ଉପସ୍ଥିତିରେ ଗଣ୍ଠାଳ ଫିଟା ହୋଇଥିଲା। ଏହାପରେ ଚଳିତ ବର୍ଷର କନ୍ୟା ପିତା କିଶୋର ଷଡ଼ଙ୍ଗୀ ମନ୍ଦିରକୁ ଆସି ମାତା ପାର୍ବତୀଙ୍କୁ ନିଜ ଗୃହକୁ ନେଇଥିଲେ। ପରେ ଲୋକନାଥ ବାବାଙ୍କ ରୁଦ୍ରାଭିଷେକ କରା ଯାଇଥିଲା। ପ୍ରକାଶ ପୂଜାରୀ କର୍ତ୍ତା ଦାୟିତ୍ବ ତୁଲାଇଥିଲେ। ଅପରାହ୍‌ଣରୁ ପଡ଼ାର ଯୁବକମାନେ ବାବାଙ୍କୁ ବରବେଶରେ ସଜ୍ଜିତ କରିଥିଲେ। ରାତିରେ ମହାଆଳତି ପରେ ବାବାଙ୍କୁ ବିବାହ ମଣ୍ଡପକୁ ନିଆ ଯାଇଥିଲା। ଗୁରୁବାର ଭୋର ବେଳକୁ ବ୍ରାହ୍ମ ମୁହୂର୍ତ୍ତରେ ବାବା ଲୋକନାଥ ଏବଂ ଜଗତ୍‌ଜନନୀ ମାତା ପାର୍ବତୀଙ୍କ ହାତଗଂଠି ପଡ଼ିବ।

ବୁଧବାର ସକାଳୁ ମୁଦିପଡ଼ାସ୍ଥିତ ଜାଗେଶ୍ବର ବାବାଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ଗ˚ଠାଳଫିଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ଜାଗେଶ୍ବର ବାବାଙ୍କ ମହାଭିଷେକ କରା ଯାଇଥିଲା। ଚଳିତ ବର୍ଷର କନ୍ୟା ପିତାମାତା ନିଜ ପ୍ରିୟଜନଙ୍କ ସହ ମନ୍ଦିରକୁ ଆସି ମାତା ପାର୍ବତୀଙ୍କୁ ସ୍ବଗୃହକୁ ନେଇଥିଲେ। ଏହାପରେ ଜାଗେଶ୍ବର ବାବାଙ୍କ ଗଣସଣ କରା ଯାଇଥିଲା। ସାଧାରଣ ମଣିଷଙ୍କ ପରି ପ୍ରଥମେ ବାବାଙ୍କ ପାଣିପାଲଟା କରା ଯାଇଥିଲା। ପରେ ବାବାଙ୍କୁ ସୁବାସିତ ତୈଳ, ହଳଦୀ ଆଦିରେ ପଡ଼ାର ମହିଳା ମାନେ ବନ୍ଦାଇଥିଲେ। ଏହାପରେ ମହିଳାମାନଙ୍କ ମଧୢରେ ହଳଦୀ ଖେଳ ହୋଇଥିଲା। ସେମାନେ ପରସ୍ପରକୁ ଶ୍ରଦ୍ଧା ଓ ଆଦରର ସହ ହଳଦୀ ବୋଳିଥିଲେ। ପଣ୍ତିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓ ମନ୍ଦିର ପୂଜକ ଗୋବିନ୍ଦ ପଣ୍ତା ବିଭିନ୍ନ ରୀତିନୀତି ସ˚ପାଦନ କରିଥିଲେ।

ସମ୍ବନ୍ଧିତ ଖବର