ଜୟପୁର: ଚଳନ୍ତା ବସ୍‌ରେ ବିଦ୍ୟୁତ ତାର ଲାଗିବାରୁ ଦୁଇ ମୃତ

ଜୟପୁର: ଜୟପୁର ସଦର ଥାନା ଅନ୍ତର୍ଗତ ପୋଲାକାପୁଟ ନିକଟରେ ଶନିବାର ଅପରାହ୍ନରେ ଏକ ବସ୍‌ରେ ଆକସ୍ମିକ ବିଦ୍ୟୁତ ତାରରେ ଲାଗି ଯାଇଥିଲା। ଫଳରେ ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ ହୋଇଥିବା ସୂଚନା ମିଳିଛି। ମୃତକ ମଧ୍ୟରୁ ଜଣଙ୍କ ନାମ ଡମ୍ବୁରୁ ଜାନି (ବସ୍‌ ଚାଳକ) ଓ ଅନ୍ୟଜଣକଙ୍କ ନାମ ଟୁନା ପାଢ଼ି (ବସ୍‌ କଣ୍ଡେକ୍ଟର) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ପୋଲକାପୁଟ ନିକଟ ଦେଇ କେଆରକେ (ଏପି୩୧ଟିୟୁ-୩୭୮୯) ବସ୍‌ଟି ବରଯାତ୍ରୀକୁ ଆଣିବା ପାଇଁ ନୂଆପୁଟକୁ ଯାଉଥିଲା। ଏହି ସମୟରେ ବସ୍‌ଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ନିଆଁ ଲାଗି ଯାଇଥିଲା। ଚଳନ୍ତା ବସ୍‌ରେ ବିଦ୍ୟୁତ ତାର ଲାଗିବା ସମୟରେ ଭିତରେ ୨ଜଣ ବସ୍‌ ଚାଳକ, କଣ୍ଡେକ୍ଟର, ହେଲପର ଥିଲେ। ୨ଜଣ ବସ୍‌ ଚାଳକଙ୍କ ମଧ୍ୟରୁ ଜଣେ ଚାଳକ ଓ କଣ୍ଡେକ୍ଟରଙ୍କ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର