ବ୍ୟବସାୟୀଙ୍କ ୨ କେଜି ରୂପା ଚୋରୀ

ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ଉଡ୍ରା ଗ୍ରାମରେ ଜଣେ ରୂପା ବ୍ୟବସାୟୀଙ୍କ ୨ କିଲୋ ରୂପା ଚୋରୀ ହୋଇଛି। ଉଡ୍ରା ଗ୍ରାମର ବ୍ୟବାସୀୟ ଲକ୍ଷ୍ମଣ ଦାସଙ୍କ ରୂପା ବ୍ୟାଗ ଦୁର୍ବୃତ୍ତ ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ମାମାଲା ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଲକ୍ଷ୍ମଣ ଦାସ ରୂପା ବ୍ୟବସାୟ କରୁଥିବା ବେଳେ ଆଜି ସେ ପୂର୍ବାହ୍ନ ୧୦ଟାରେ କୋକଲୁଣ୍ଡା ଗ୍ରାମକୁ ଯାଇଥିଲେ। ସେହି ଗ୍ରାମର ଗଙ୍ଗା ମହାରଣାଙ୍କ ନିକଟରୁ ଟଙ୍କା ମାଗିବା ପାଇଁ ତାଙ୍କ ଘରକୁ ଯାଇଥିବା ବେଳେ ଗାଡିଟି ରାସ୍ତା କଡରେ ଥିଲା ଓ ସେଥିରେ ରୂପା ଅଳଙ୍କାର ଥିବା ବ୍ୟାଗଟି ଲାଗିଥିଲା। ଦୁର୍ବୁତ୍ତମାନେ ବାଇକରେ ଆସି ସେହି ବ୍ୟାଗଟିକୁ ନେଇ ପଳାଇଥିଲେ। ସେଥିରେ ୨ କିଲୋଗ୍ରାମର ରୂପା ଅଳଙ୍କାର ରହିଥିବା ନେଇ ବ୍ୟବସାୟୀ ଲକ୍ଷ୍ମଣ ଭଞ୍ଜନଗର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର