ଖାଇବା ବାଢ଼ି ରଖିଥା ଆମେ ଗାଧୋଇ ଆସୁ ବୋଲି ମାଆକୁ କହି ଯାଇଥିଲେ, ହେଲେ ଆଉ ଫେରିଲେ ନାହିଁ ଦୁଇ ଭଉଣୀ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁମୁଡ଼ାଗୁଡ଼ା ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟି ଯାଇଛି। ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ଦୁଇ ଭଉଣୀ ଚମ୍ପା ଓ ନୀଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ  ଚମ୍ପା ସାନ୍ତାଙ୍କ  ବୟସ  ଆଠବର୍ଷ ହୋଇଥିବା ବେଳେ ନୀଳା ସାନ୍ତାଙ୍କ ବୟସ ୧୦ ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ମଧ୍ୟାହ୍ନରେ କୁମୁଡ଼ାଗୁଡ଼ା ଗ୍ରାମର ଦୁଇ ଭଉଣୀ  ଚମ୍ପା ସାନ୍ତା ଓ ନୀଳା ସାନ୍ତା ଅନ୍ୟ ସାଙ୍ଗମାନଙ୍କ ସହିତ ଗ୍ରାମ ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବାକୁ ଯିବା ପୂର୍ବରୁ ମାଆକୁ ଘରେ ଖାଇବା ବାଢ଼ି ରଖିଥା ବୋଲି କହି ଯାଇଥିଲେ। ଗାଧୋଇ ସାରିବା ପରେ ସାଙ୍ଗମାନେ ଘରକୁ ଫେରିଥିଲେ। ମାତ୍ର ଚମ୍ପା ଓ ନୀଳ ଘରକୁ ଆଉ ଘରକୁ ଫେରିଲେ ନ ଥିଲେ। ଦୁଇ ଝିଅଙ୍କ ଫେରିବା ବିଳମ୍ବ ଦେଖି ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। ମାତ୍ର ଦୁହିଁଙ୍କ କୌଣସି ଖବର ପାଇ ନ ଥିଲେ। ପରେ ଗାଁର କିଛି ଯୁବକ ପୋଖରୀରୁ ଦୁଇ ଭଉଣୀ ଚମ୍ପା ସାନ୍ତା ଓ ନୀଳା ସାନ୍ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଦୁଇ ଝିଅଙ୍କ ମୃତ୍ୟୁ ଖବର ଶୁଣିବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିବା ସହିତ ଗ୍ରାମରେ ମଧ୍ୟ ଶୋକକୂଳ ବାତାବରଣ ଖେଳି ଯାଇଥିଲା।

ସମ୍ବନ୍ଧିତ ଖବର