ନାବାଳିକା ଗଣଦୁଷ୍କର୍ମ ମାମଲା: ୬ ଜଣଙ୍କୁ ୨୦ ବର୍ଷ ଜେଲଦଣ୍ଡ

କେନ୍ଦୁଝର: ନାବାଳିକା ଗଣଦୁଷ୍କର୍ମ ମାମଲାର ଶୁଣାଣି କରି କେନ୍ଦୁଝର ଏଡିଜେ ପୋକ୍ସୋ ଆକ୍ଟରେ ମଙ୍ଗଳବାର ୬ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ବର୍ଷ ୨୦୧୫ର ଘଟଣା ଦିନ ଅଭିଯୁକ୍ତମାନେ ନାବାଳିକାକୁ ରାସ୍ତାରୁ ଟେକିନେଇ ଜଙ୍ଗଲ ଭିତରେ ଦୁଷ୍କର୍ମ କରିଥିଲେ। ଏହିଜେ କୋର୍ଟ ଅଭିଯୁକ୍ତମାନଙ୍କୁ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ୨୦୧୫ରେ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଥାନା ଅଞ୍ଚଳରେ ନାବାଳିକା ରାସ୍ତାରେ ଯାଉଥିବା ବେଳେ ଅଭିଯୁକ୍ତମାନେ ଟେକି ନେଇଥିଲେ ଏବଂ ପରେ ସେମାନେ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ।

ସମ୍ବନ୍ଧିତ ଖବର