ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ୨ ପରିବାରର ଜଣେ ନାବାଳିକା ସମେତ ୬ ଅସୁସ୍ଥ

ନବରଙ୍ଗପୁର: ନବରଙ୍ଗପୁର ସଦର ବ୍ଲକର ମନ୍ତ୍ରୀଗୁଡା ପଞ୍ଚାୟତର ଶରଣପୁର ଗାଁରେ ବିଷାକ୍ତ ଛତୁ ଖାଇ ୨ ଗୋଟି ପରିବାରର ଜଣେ ଶିଶୁ ସମେତ ୬ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ନବରଙ୍ଗପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି।

ଦୁଇ ପରିବାରର ଲୋକେ ଆଜି ସକାଳୁ ନିଜ ନିଜ ବାରିପଟେ ଫୁଟିଥିବା ଛତୁ ଆଣି ରୋଷେଇ କରି ଘରେ ଖାଇଥିଲେ। ଛତୁ ରାନ୍ଧି ଖାଇବା ପରେ ଝାଡା ଓ ବାନ୍ତି ହୋଇଥିଲା। ସମସ୍ତ ବ୍ୟକ୍ତି ଗୁରୁତର ଭାବେ ଅସୁସ୍ଥ ହେବାରୁ ସେମାନଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗୁରୁତର ମାନେ ହେଲେ ଅମାନତ୍ୟ ଭତ୍ରା(୪୫), ଭବାନୀ ଭତ୍ରା(୧୮), ଲକ୍ଷ୍ମୀ ଭତ୍ରା(୧୦), ସମ୍ବାରୁ ଭତ୍ରା(୫୦), ଲକି ଭତରା(୩୦) ଓ ପିତମ ଭତ୍ରା(୨୭)।

ସମ୍ବନ୍ଧିତ ଖବର