ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ପାଣି ଟାଙ୍କିରେ ଖସିପଡ଼ିଲା ୬ ବର୍ଷର ଶିଶୁ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ରାୟଗଡ଼ା: ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ପାଣି ଟାଙ୍କିରେ ଖସିପଡ଼ିବାରୁ ରବିବାର ରାତି ଜଣେ ୬ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ରାୟଗଡ଼ାର ଗୌତମ ନଗର ୬ଷ୍ଠ ଲାଇନରେ ରୁହୁଥିବା ବିଜୟ ନନ୍ଦ ବିଶିଙ୍କ ପୁଅ କରଣ କୁମାର ବିଶି ଆଜି ସନ୍ଧ୍ୟାରେ ନିଜ ସାଙ୍ଗମାନଙ୍କ ସହ ଘର ବାହାରେ ଖେଳୁଥିଲା। ଏହି ସମୟରେ ନିଜର ଅସାବଧାନତା ଯୋଗୁଁ ସେ ଏକ ନିର୍ମାଣାଧୀନ ଘର ଆଗରେ ଥିବା ପାଣି ଟାଙ୍କିରେ ଖସିପଡ଼ିଥିଲା। ପରିବାର ଲୋକେ କରଣଙ୍କୁ  ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ କରଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

 

ସମ୍ବନ୍ଧିତ ଖବର