ସହକର୍ମୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହରାଇଲେ ଏସଓଜି ହାବିଲଦାର

ଭୁବନେଶ୍ୱର/ବରଗଡ଼: ଜଣେ ଏସଓଜି ହାବିଲଦାର ସହକର୍ମୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଅନ୍ତର୍ଗତ ଏସଓଜି କ୍ୟାମ୍ପରେ ହ୍ୟାଣ୍ଡ ଗ୍ରେନେଡ ସମ୍ପର୍କିତ ପ୍ରଶିକ୍ଷଣ ଦେଉଥିବା ବେଳେ ବିସ୍ଫୋରଣ ହେବାରୁ ଜଣେ ଯବାନଙ୍କ ଜୀବନ ବଞ୍ଚାଇବାକୁ ଅନ୍ୟ ଜଣେ ଏସଓଜି ହାବିଲଦାର ନିଜ ଜୀବନ ହରାଇଛନ୍ତି । ହାବିଲଦାର ଜଣକ ହେଲେ ପ୍ରକାଶ ସାହୁ । ସେ ବରଗଡ଼ ଜିଲ୍ଲା ଟାଉନଥାନା ଅନ୍ତର୍ଗତ କଟାପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଭରତ ଚନ୍ଦ୍ର ସାହୁଙ୍କ ପୁଅ ।

ପ୍ରକାଶଙ୍କୁ ହରାଇବା ପରେ ବୃଦ୍ଧ ପିତା-ମାତାଙ୍କ ଘର ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ୭ ବର୍ଷର ପୁଅକୁ ସ୍ତ୍ରୀ କେମିତି ବଡ଼ କରିବେ ତାହା ଗାଁଲୋକେ ଚର୍ଚ୍ଚା କରୁଛନ୍ତି । କଟାପାଲି ସମେତ ବରଗଡ଼ରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର