ଯାଜପୁର: ଯାଜପୁରଜିଲ୍ଲା ବରି ଥାନା ଦରଘା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅ-ବୋହୂ ମିଶି ମାଆକୁ କଟୁରୀରେ ହାଣି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ମୃତ ମାଆଙ୍କ ନାମ ମେଘି ଜେନା ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ ଖୁବ୍ ଧୁମ୍ ଧାମ୍ରେ ପୁଅକୁ ବାହା ଦେଇ ବୋହୂକୁ ଘରକୁ ଆଣିଥିଲା ମାଆ। ବୋହୂ ଘରକୁ ଆସିବା ପରେ ସବୁକିଛି ଠିକ୍ଠାକ୍ ଥିଲା। କିନ୍ତୁ କିଛିଦିନ ଗଲା ପରେ କଳହ ଆରମ୍ଭ ହୋଇଯାଇଥିଲା। ସେଥିପାଇଁ ପୁଅ-ବୋହୂ ଓ ମାଆ ମଧ୍ୟରେ ସବୁବେଳେ ଯୁକ୍ତିତର୍କ ଲାଗି ରହିଥାଏ। ଆଜି ସକାଳେ ହଠାତ୍ ସେଭଳି କୌଣସି କାରଣରୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ପୁଅ ମାଆର ସ୍ନେହ ମମତା ସବୁକିଛି ଭୁଲି ଯାଇ ସ୍ତ୍ରୀ ସହିତ ମିଶି ମାଆକୁ କଟୁରୀରେ ଆଣି ପକାଇଥିଲା। ଫଳରେ ଘଟଣାସ୍ଥଳରେ ମାଆଙ୍କ ମୃତ୍ୟୁ ହୋଇଯାଇଥିଲା। ଏଭଳି ନାରକୀୟ କାଣ୍ଡ ଘଟଣାଇବା ପରେ ପୁଅ ରାଜେନ୍ଦ୍ର ଜେନା ଓ ବୋହୂ ମଞ୍ଜୁ ଜେନା ଫେରାର ଅଛି। ଏମାନଙ୍କୁ ଫେରାର କରିବାରେ ସାହାଯ୍ୟ କରିଥିବା ଦୀପକ ଓ ଅଜୟକୁ ପୁଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି। ପୁଲିସ ହତ୍ୟାକାରୀ ଦମ୍ପତ୍ତିଙ୍କୁ ଧରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/images-25.jpg)