ଚାନ୍ଦବାଲି:ଆଜି ସକାଳେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରି ମଞ୍ଜୁରରୋଡ୍ସ୍ଥିତ ବୈତରଣୀ ନଦୀରେ ଏକ ଅଘଟଣ ଘଟିଛି। ନଦୀର ୪୦ ପ୍ରତିଶତରୁ ଅଧିକ ଅଞ୍ଚଳ ଶୁଖିଲା ପଡ଼ିଥିବା ବେଳେ ଯେଉଁ ପଟେ ଜଳଧାର ରହିଛି, ସେଠାକୁ ଗାଧୋଇବାକୁ ଆସିଥିବା ମାପୁଅଙ୍କ ଗୋଡ଼ ଖସିଯିବାରୁ ଉଭୟ ଅଥଳ ଜଳକୁ ଖସିଯାଇଥିଲେ। ତେବେ କୌଣସି ମତେ ମାକୁ ଉଦ୍ଧାର କରାଯାଇଥିବା ବେଳେ ମା ଆଖିଆଗରେ ପୂଅ ନଦୀରେ ନିଖୋଜ ହୋଇ ଯାଇଛନ୍ତି। ଏ ନେଇ ପ୍ରଚାରେ ହେବା ପରେ ଓଡ୍ରାଫ୍ଟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ପୁଅକୁ ଖୋଜିବା କାଯ୍ୟ ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରି ମଞ୍ଜୁରରୋଡ୍ସ୍ଥିତ ଖପୁରିଆ ଘାଟ। ଏହି ଘାଟର ଗୋଟିଏ ପଟେ ଭଦ୍ରକ ଜିଲ୍ଲା ହୋଇଥିବା ବେଳେ ଅନ୍ୟ ପଟେ ରହିଛି ଯାଜପୁର ଜିଲ୍ଲାର କୋରେଇ ବ୍ଲକ୍ ଘନଶ୍ୟମପୁର ଶାସନ ଗାଁ। ତେଣୁ ନଦୀରେ ପାଣି କମ୍ ଥିବାରୁ ଯେଉଁଠାରେ ଜଳଧାର ରହଇଛି ସେଠାରେ ଉଭୟ ଯାଜପୁର ଓ ଭଦ୍ରକ ଜିଲ୍ଲାର ନଦୀପାଖ ଗାଁର ଲୋକେ ଗାଧୋଇ ଥାନ୍ତି। ତେବେ ଆଜି ର ମଞ୍ଜୁଲତା ପତି ଓ ତାଙ୍କ ପୁଅ ମନୋଜ ପତି ଗାଧୋଇବା ପାଇଁ ଏହି ନଦୀଘାଟକୁ ଆସି ଥିଲେ । ଗାଧୋଉଥିବା ବେଳେ ସମୟରେ ଉଭୟ ମାଆ ଓ ପୁଅଙ୍କ ଗୋଡ଼ ଅଥଳ ପାଣିକୁ ଖସିଯାଇଥିଲାା ଘଟଣାସ୍ଥଳରୁ ମାଆ ମଞ୍ଜୁଲତାଙ୍କୁ କୌଣସି ମତେ ଉଦ୍ଧାର କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ମନୋଜଙ୍କର କୌଣସି ପତ୍ତା ମିଳି ନାହିଁ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର