ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ପୁଅ ମାଡ଼ରେ ବୃଦ୍ଧ ବାପାର ମୃତ୍ୟୁ ଘଟିବା ପରି ଏକ ଲଜ୍ୟାକର ଘଟଣା ଦେଖିବାକୁ ମିଳିଛି। ଏ ନେଇ ଜଣାପଡ଼ିବା ପରେ ଗ୍ରାମବାସୀମାନେ ଅଭିଯୁକ୍ତ ପୁଅକୁ ଅଟକ ରଖି ପୁଲିସକୁ ସୂଚନା ଦେଇଛନ୍ତି। ତେବେ ସୂଚନା ପାଇଥିଲେ ମଧ୍ୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ କରୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମର ସୀମାଞ୍ଚଳ ନାୟକ ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ଟଙ୍କା ପାଇଁ ପାଟିତୁଣ୍ଡ କରିଥିଲେ। ଏହାକୁ ବାପା ଅଭି ନାୟକ(୭୦ ବର୍ଷ) ବିରୋଧ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସୀମାଞ୍ଚଳ ଅଭିଙ୍କୁ ମାଡ଼ ମାରିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତେବେ ପାଟି ଶୁଣି ଲୋକେ ଉଠି ଯିିବା ସହିତ ଖସିଯିବାକୁ ଚେଷ୍ଟା କରୁଥିବା ସୀମାଞ୍ଚଳକୁ ଅଟକ ରଖି ପୁଲିସକୁ ଖବର ଦେଇଛନ୍ତି।
ବ୍ରହ୍ମପୁର: ପୁଅ ମାଡ଼ରେ ବାପାର ମୃତ୍ୟୁ
/sambad/media/post_attachments/wp-content/uploads/2019/02/bramhapur-1.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)