ଯାଜପୁର: ବିବାଦୀୟ ଜମିକୁ ନେଇ ପୁଅର ଠେଙ୍ଗା ମାଡ଼ରେ ବାପା ମୃତ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ ପାଲଟାପୁର ଗ୍ରାମ ପଞ୍ଚାୟତର କମାର ସାହି ଗାଁରେ ଘଯଇଛି ଏକ ଅଭାବନୀୟ ଘଟଣା। ଏକ ବିବାଦୀୟ ଜମି କୁ ନଇ ବାପପୁଅଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଆଜି ସକାଳେ ଉଗ୍ର ରୂପ ନେଇଛି। ଉଭୟ ବାପ ପୁଅ ଏହି ଜମିକୁ ନେଇ ପରସ୍ପରକୁ ଠେଙ୍ଗାରେ ଆକ୍ରମଣ କରଥିଲେ। ତେବେ ପୁଅର ଠେଙ୍ଗାମାଡ଼ରେ ବାପାର ମୃତ୍ୟୁ ଘଟିଥିବା ବେଳେ ବାପାର ଠେଙ୍ଗାମାଡ଼ରେ ଆହତ ପୁଅକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛିି। ଅଭିଯୁକ୍ତ ପୁଅଙ୍କର ଚିକିତ୍ସା କରାଇ ପୁଲିସ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ ପାଲଟାପୁର ଗ୍ରାମ ପଞ୍ଚାୟତର କମାର ସାହି ଗାଁର ରାଧେଶ୍ୟାମ ବେହେରା(୮୦ ବର୍ଷ)ଙ୍କର ଏକ ବିବାଦୀୟ ଜମିକୁ ନେଇ ସାନ ପୁଅ ପ୍ରମୋଦ ବେହେରାଙ୍କ ସହିତ ବିବାଦ ଲାଗି ରହିଥିଲା। ଏପରିକି ଏହି ବିବାଦୀୟ ଜମି ଉପରେ ୧୪୪ ଧାରା ଜାରି କରାଯାଇ ଉଭୟଙ୍କୁ ଏହାର ବ୍ୟବହାର ଉପରେ ବାରଣ କରାଯାଇଥିଲା। ମାତ୍ର ଗତକାଲି ରାତିରେ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଜି ସକାଳେ ଏହାକୁ ନେଇ ଉଭୟ ବାପ ପୁଅ ଠେଙ୍ଗାରେ ପରସ୍ପରକୁ ଆକ୍ରମଣ କରିଥିଲେ। ଉଭୟଙ୍କୁ ଆହତ ଅବସ୍ଥାରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ବାପା ରାଧେଶ୍ୟାମ ବେହେରାଙ୍କର ମୃତ୍ୟୁ ଘଟିିଛି।। ପୁଲିସ ଅଭିଯୁକ୍ତ ପୁଅ ପ୍ରମୋଦଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର