ଭଞ୍ଜନଗର: ଲୁହାରଡ୍‌ରେ ପିଟିି ବାପାଙ୍କୁ ହତ୍ୟା କଲା ପୁଅ

ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ହିଞ୍ଜିିଳି ଥାନା ଅନ୍ତର୍ଗତ ସମରଝୋଲା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସମଗ୍ର ଦେଶ ପିତୃଦିବସ ପାଳନ କରୁଥିବା ଜଣେ ପୁଅ ଏକ ଲୁହାରଡ଼ରେ ତାଙ୍କ ୭୦ ବର୍ଷୀୟ ବାପାଙ୍କୁ ପିଟି ପିଟି ହତ୍ୟା କରିଛି। ଏହି ଘଟଣା ପରେ ଖସିଯିବାକୁ ଉଦ୍ୟମ କରୁଥିବା ପୁଅକୁ ଗ୍ରାମବାସୀମାନେ ଅଟକ ରଖି ପୁଲିସର ଜିମା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଲା ଗ୍ରାମର ଏ କ୍ରିଷ୍ଣା ରାଙ୍କର ୨ ଝିଅ ଓ ୩ ପୁଅ। କୌଣସି କାରଣରୁ ପୁଅମାନଙ୍କ ସହିତ ସମ୍ପର୍କ ଠିକ୍‌ ନ ଥିବାରୁ କ୍ରିଷ୍ଣା ରାଓ ସେହି ଗ୍ରାମରେ ବିବାହ କରିଥିବା ନିଜ ଝିଅଙ୍କ ଘରେ ରୁହନ୍ତି। ଏ କ୍ରିଷ୍ଣା ରାଓଙ୍କ ୩ ପୁଅଙ୍କ ମଧ୍ୟରୁ ଦୁଇଜଣ ବିବାହ କରି ଥିବା ବେଳେ ଏ ଦିବାକର ରାଓ (୩୦ ବର୍ଷ) ନାମକ ତାଙ୍କ ସାନ ପୁଅ ଏବେ ବି ଅବିବାହତ ଅଛନ୍ତି। ତେବେ କୌଣସି କାରଣରୁ ଆଜି ସକାଳେ ଏ ଦିବାକର ରାଓ ତାଙ୍କ ଭଉଣୀ ଘରେ ପହଞ୍ଚି ବାପା ଏ କ୍ରିଷ୍ଣା ରାଓଙ୍କ ସହିତ ପାଟିତୁଣ୍ଡ କରିଥିଲେ। ଏପରିକି ଏଥିରେ ଉତ୍ୟକ୍ତ ହୋଇ ଏ ଦିବାକର ରାଓ ଏକ ଲୁହା ରଡ଼ରେ ଏ କ୍ରିଷ୍ଣା ରାଓଙ୍କୁ ପିଟିପିଟି ମାରି ଦେଇଥିିଲେ। ଏ କ୍ରିଷ୍ଣା ରାଓଙ୍କ ଅସାଡ଼ ଦେହ ତଳେ ପଡ଼ିଯିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ଚେଷ୍ଟା କରୁଥିବା ଏ ଦିବାକର ରାଓଙ୍କୁ ଗ୍ରାମବାସୀମାନେ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟରାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର