ପୁଅର ପନିକି ଚୋଟରେ ବାପ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କୁକୁରପେଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଅର ପନିକି ଚୋଟରେ ବାପର ସୋମବାର ମୃତ୍ୟୁ ହୋଇଥିବା ଖବର ମିଳିଛି।

ସୂଚନାଯୋଗ୍ୟ, କୁକୁରପେଟା ଗ୍ରାମରେ କୌଳାଶ ନାଏକ ବସବାସ କରନ୍ତି। ତାଙ୍କର ବଡ ପୁଅର ନାମ ଜିତେନ୍ଦ୍ର ନାଏକ। ତେବେ ଅନେକ ଦିନ ହେବ ବାପ ପୁଅ ମଧ୍ୟରେ ପାରିବାରିକ କଳହକୁ ନେଇ ବିବାଦ ସୃଷ୍ଟି ହୋଇଥାଏ। ଆଜି ସେମିତି ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ନେଇ ଝଗଡ଼ା ହୋଇଥିଲା ଫଳରେ ଜିତେନ୍ଦ୍ର ତାର ବାପା କୈଳାଶଙ୍କୁ ପନିକିରେ ଚୋଟଟିଏ ପକାଇଥିଲା। ଫଳରେ କୈଳାଶଙ୍କ ବାମ ଗୋଡ ପନିକି ଚୋଟରେ ଗୁରୁତର ହୋଇଥିଲା। ଗ୍ରାମବାସୀ କୈଳାଶକୁ ଉଦ୍ଧାର କରି ଡାକ୍ତରଖାନା ନେବା ପାଇଁ ଚେଷ୍ଟା କରୁଥିବା ବେଳେ ଜିତେନ୍ଦ୍ର ତାର ବାପାକୁ ଏକ ଘର ଭିତରେ ପୁରାଇ ବାହାର ପଟୁ ବନ୍ଦ କରି ଦେଇଥିଲା। ଭୟରେ ଗ୍ରାମବାସୀ କୈଳାଶ ପାଖକୁ ନଯାଇ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜିତେନ୍ଦ୍ରକୁ କାବୁ କରିବା ସହିତ କୈଳାଶଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହାପରେ କୈଳାଶଙ୍କ ସାନ ପୁଅ ଦୀପକ ନାଏକ ବଡ଼ ଭାଇ ବିରୋଧରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର