ଦେବଗଡ଼: ମଦ ପିଇ ବାପାକୁ ଗୁଳି ମାରିଦେଲା ପୁଅ

ଦେବଗଡ଼: ଗତକାଲି ଥିଲା ପହିଲି ରଜ। ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଅନ୍ତଗ;ତ ଶ୍ରୁଙ୍ଗିପାଳ ଗାଁର ବାପପୁଅ ସାଗ ହୋି ମଦ୍ୟପାଳନ କଲେ। ମଦ ପିଇ ସାରିବା ପରେ କୌଣସି କଥାକୁ ନେି ଆରମ୍ଭ ହେଲା ବାପପୁଅଙ୍କ ଭିତର ଯୁକ୍ତ୍‍ି ତର୍କ। ଆଉ ଏହି ଯୁକ୍ତିତର୍କ ବଢ଼ିବଢ଼ି ଉଗ୍ର ରୁପ ଧାରଣ କଲା। ଶେଷର ପୁଅ କେଆଧରେ ଅନ୍ଧ ହୋଇ ଘରେ ରଖିଥିବା ଏକ ଦେଶୀ ପିସ୍ତଳରେ ବାପାଳ ଉପରକୁ ଗୁଳି ଚଳାଇ ଦେଲା। ଗୁଳିଟି ଖୁବ୍‌ ନିକଟରୁ ବାପାର ବାମ ପେଟରେ ପଶି ଯିବାରୁ ଘଟଣାସ୍ଥଳରେ ହିଁ ସବୁଦିନ ପାଇଁ ଆଖିବୁଜି ଦେଲା ବାପା।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୁଙ୍ଗିପାଳ ଗାଁର ଭାଗୀରଥୀ ମୁଣ୍ଡା(୫୧ ବର୍ଷ) ଓ ଓ ଅଜୁ ମୁଣ୍ଡା(୩୦ ବର୍ଷ)ଙ୍କ ମଧ୍ୟରେ ଗତକାଳି ମଦପିଇବା ପରେ ପାଟିତୁଣ୍ଡ ହୋଇଥିିଲା। ଅଜୁ ଅତ୍ୟଧିକ ମଦପିଇବା ପରେ ହିତାହିତ ଜ୍ଞାନ ଭୁଲି ଘରେ ଲୁଚାଇ ରଖିଥିବା ଏକ ଦେଶୀ ପିସ୍ତଲ ଆଣି ହଠାତ ବାପା ଭାଗିରଥୀଙ୍କ ଉପରକୁ ଜୁଳି ଚଳାଇ ଦେଇଥିଲା। ଘଟରାସ୍ତଳରେ ଭାଗୀରଥୀଙ୍କର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେଏହି ଘଟଣା ଘଟିଥିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର